ମହ୍ଲାର ମହୋତ୍ସବ - ୨୦୨୩

Mahlar Festival - 2023

Aug 17, 2023 - 17:45
 0  3
ମହ୍ଲାର ମହୋତ୍ସବ - ୨୦୨୩
ମହ୍ଲାର ମହୋତ୍ସବ - ୨୦୨୩

ରବୀନ୍ଦ୍ର ମଣ୍ଡପଠାରେ ଅଗ୍ରଣୀ ଅନୁଷ୍ଠାନ ନୂପୁର ତରଫରୁ ମହ୍ଲାର ମହୋତ୍ସବ - ୨୦୨୩ ଉଦ୍‌ଘାଟିତ ହୋଇଯାଇଛି । ଦୁଇଦିନ ବ୍ୟାପି ହେବାକୁ ଥ‌ିବା ଏହି ଉତ୍ସବରେ ଉଦଘାଟନୀ ସନ୍ଧ୍ୟାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ, ପ୍ରଖ୍ୟାତ ଓଡିଶୀ କଣ୍ଠ ସଂଗୀତ ଗୁରୁ ପ୍ରାଧ୍ୟାପକ ରାମହରି ଦାସ, ଖ୍ୟାତି ସମ୍ପର୍ଣ୍ଣ ମର୍ଦ୍ଦଳ ଗୁରୁ ଶ୍ରୀଯୁକ୍ତ ଧନେଶ୍ବର ସ୍ବାଇଁ  ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ନୃତ୍ୟ ପାଇଁ ଜାତୀୟ ବୃତ୍ତି ଲାଭ କରିଥିବା ଚାରିଜଣ ଛାତ୍ରୀ ଯଥା - ଆକାଂକ୍ଷା ଦାଶ, ସସ୍ମିତା ବେହେରା, ଶ୍ରେୟଶ୍ରୀ ମହାରଣା ଓ ଦେବାଂଶୀ ଗାନ୍ଧୀଙ୍କୁ ଗୁରୁ ନିରଞ୍ଜନ ରାଉତ ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଗୁରୁ ଶ୍ରୀମତୀ ସୋନାଲି ମହାପାତ୍ର ଏକକ ନୃତ୍ୟରେ ଅଭିନୟ 'କେତେ ଛନ୍ଦ ଜାଣେଲୋ ସହିଁ.... ପରିବେଷଣ କରିଥିବାବେଳେ କୋଲକାତାର ନିବେଦିତା ଦେଓ ଦତ୍ତ ଗୁରୁ ଶ୍ରୀମନ୍ତ୍ରୀ ଆଲୋକା କାନୁନଗୋଙ୍କ ନିର୍ଦ୍ଦେଶନାରେ କୁଟୁପୁର୍ବ କାଟିଥିଲେ । ଆନ୍ଧ୍ର ପ୍ରଦେଶର ରାଧେଶ୍ୟାମ ତରାଇ ଏକ କୁଚୁପୁଡି ନୃତ୍ୟ ପରସିଥିଲେ । କିନ୍ତୁ ସନ୍ଧ୍ୟା ଆରମ୍ଭ ହୋଇଥିଲା ଏକ ନିଆରା ଦଳଗତ ଓଡିଶୀ ନୃତ୍ୟରୁ । ଶ୍ରେଣୀଗୃହର ଭ୍ରମ ସୃଷ୍ଟି କରୁଥିଲା ରବୀନ୍ଦ୍ର ମଣ୍ଡପର ମଞ୍ଚ । ପରିବେଷଣରେ ଥିଲା ‘ଗୁରୁ କୃପାହି କେବଳଂ ... । ନୃତ୍ୟ ମାଧ୍ୟମରେ ଶିଳ୍ପୀ ସ୍ଵୀକାର କରୁଥିଲେ ଯେ ବିଦ୍ୟାରମ୍ଭରେ ଗୁରୁ ଶ୍ରେଷ୍ଠ ଏବଂ ନୃତ୍ୟ ପାଇଁ ଗୀତ ଓ ବାଦ୍ୟ ଖୁବ ଗୁରୁତ୍ଵପୂର୍ଣ୍ଣ । ମଞ୍ଚରେ ନୃତ୍ୟର ଛନ୍ଦରେ ପୂଜା କରାଗଲା ଗୁରୁ ରାମହରି ଦାସ, ଗୁରୁ ଧନେଶ୍ବର ସ୍ଵାଇଁ ଏବଂ ଗୁରୁ ନିରଞ୍ଜନ ରାଉତଙ୍କୁ । ଏହାର ରଚନା ଓ ପରିକଳ୍ପନା କରିଥିଲେ ନୃତ୍ୟ ଗବେଷକ ଡ଼. ଶ୍ରୀନିବାସ ଘଟୁଆରୀ, ସଂଗୀତ ଦେଇଥିଲେ ଗୁରୁ ରାମହରି ଦାସ, ବାଦ୍ୟ ପ୍ରୟୋଗ କରିଥିଲେ ଗୁରୁ ଧନେଶ୍ଵର ସ୍ବାଇଁ ଏବଂ ନୃତ୍ୟ ରଚନା କରିଥିଲେ ଗୁରୁ ନିରଞ୍ଜନ ରାଉତ । ଯାତ୍ରା ଦର୍ଶକମାନଙ୍କୁ ଏକ ଭିନ୍ନ ଅନୁଭବ ପ୍ରଦାନ କରିଥିଲା ଏବଂ ନୂପୁରର ଶିଳ୍ପୀମାନେ ଦର୍ଶକୀୟ ଆଦୃଷ୍ଟି ସାଉଁଟି ଥିଲେ

ସନ୍ଧ୍ୟା ପୂର୍ବରୁ ଏକ ଅପରାହ୍ନ ଅଧିବେଶନ ମଧ୍ୟ ହୋଇଥିଲା ଏଥ‌ିରେ ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର ‘ଶ୍ରୀମତୀ ଶ୍ରୀପତି ବୃନ୍ଦାବନ କେଳି ରଚିଲେ .... ପରିବେଷଣ କରିଥିବାବେଳେ ଅଙ୍କିତା ସାହୁ। ଶଙ୍କରାଭରଣ ପଲ୍ଲବୀ, ଆଚଂଲ ପଣ୍ଡା ‘ସତେ କି ଭଙ୍ଗୀ..', ସମୀକ୍ଷା ମିଶ୍ର କିଏ ଲୋ ସଜନୀ..., ଗୁରୁ ଡ଼. ମାନସୀ ମିଶ୍ରଙ୍କ ଛାତ୍ରୀମାନେ ଦଳଗତ ନୃତ୍ୟରେ 'ଘୁମୁରା' ଇତିଶ୍ରୀ ନାୟକ ' ଆହେ ନୀଳଶୈଳ' ଇତ୍ୟାଦି ପରିବେଷଣ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଗୁରୁ ନିରଞ୍ଜନ ରାଉଟଙ୍କ ତତ୍ତ୍ଵାବଧାନରେ ଡ଼. ଶ୍ରୀନିବାସ ଘଟୁଆରୀ (ମିଲନ) ସଂଯୋଜନା କରିଥିଲେ । ସମୀର, ପ୍ରୀଟିକା, ଆକାଂକ୍ଷା, ମୃଣାଳ, ବିଲୁପ୍ରସାଦ ପ୍ରଭୃତି ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.