ଟ୍ୱିଟରକୁ ୫୦ ଲକ୍ଷ ଟଙ୍କା ଜରିମାନା କଲେ କର୍ଣ୍ଣାଟକ ହାଇକୋର୍ଟ

Jun 30, 2023 - 07:21
Jul 1, 2023 - 07:21
 0  6
ଟ୍ୱିଟରକୁ ୫୦ ଲକ୍ଷ ଟଙ୍କା ଜରିମାନା କଲେ କର୍ଣ୍ଣାଟକ ହାଇକୋର୍ଟ
ଟ୍ୱିଟରକୁ ୫୦ ଲକ୍ଷ ଟଙ୍କା ଜରିମାନା କଲେ କର୍ଣ୍ଣାଟକ ହାଇକୋର୍ଟ

ଟ୍ୱିଟରକୁ ୫୦ ଲକ୍ଷ ଟଙ୍କା ଜରିମାନା କଲେ କର୍ଣ୍ଣାଟକ ହାଇକୋର୍ଟ
କର୍ଣ୍ଣାଟକ ହାଇକୋର୍ଟ ଶୁକ୍ରବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ଆବେଦନକୁ ଖାରଜ କରିବା ସହ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ୫୦ ଲକ୍ଷ ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସୂଚନା ପ୍ରଯୁକ୍ତି ଅଧିନିୟମ ୬୯ଏ ଅନ୍ତର୍ଗତ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟଙ୍କ ଆକାଉଣ୍ଟ ବ୍ଲକିଂ ଆଦେଶ ବିରୋଧରେ ଟ୍ୱିଟର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ଉଲ୍ଲେଖଯୋଗ୍ୟ, ଫେବୃୟାରୀ ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଟ୍ୱିଟରକୁ କିଛି ଆକାଉଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଫେବୃୟାରୀ ୨୦୨୧ରୁ ଫେବୃଆରୀ ୨୦୨୨ ମଧ୍ୟରେ ମୋଟ ୧୪୭୪  ଟ୍ୱିଟର ଆକାଉଣ୍ଟ ବନ୍ଦ କରିବା, ୧୭୫ ଟ୍ୱିଟ୍ ବ୍ଲକ କରିବା, ୨୫୬ଟି ୟୁଆରଏଲ ଏବଂ ୧ଟି ହ୍ୟାସ୍ ଟ୍ୟାଗ୍ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow