କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାତ୍ୟା ‘ବିପର୍ଯ୍ୟୟ’ ପ୍ରସ୍ତୁତି ସମୀକ୍ଷା 

Jun 13, 2023 - 04:22
Jun 14, 2023 - 04:22
 0  805
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାତ୍ୟା ‘ବିପର୍ଯ୍ୟୟ’ ପ୍ରସ୍ତୁତି ସମୀକ୍ଷା 
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାତ୍ୟା ‘ବିପର୍ଯ୍ୟୟ’ ପ୍ରସ୍ତୁତି ସମୀକ୍ଷା 

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାତ୍ୟା ‘ବିପର୍ଯ୍ୟୟ’ ପ୍ରସ୍ତୁତି ସମୀକ୍ଷା 
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭୀୟ ମଙ୍ଗଳବାର ଗୁଜୁରାଟର ଭୁଜ ଠାରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ବାତ୍ୟା ' ବିପର୍ଯ୍ୟୟ'ର ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜୁନ 15 ମଧ୍ୟାହ୍ନ ବେଳକୁ ବିପର୍ଯ୍ୟୟ ଗୁଜୁରାଟ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହାର ମୁକାବିଲା ପାଇଁ ଛଅଟି ବହୁମୁଖୀ କେନ୍ଦ୍ରୀୟ ରାପିଡ୍ ରେସପନ୍ସ ମେଡିକାଲ୍ ଟିମ୍ ବିଭିନ୍ନ ଡାକ୍ତରଖାନାକୁ ପଠାଯାଇଛି । ରାମ ମନୋହର ଲୋହିଆ ହସ୍ପିଟାଲ,ଏଲଏଚଏମସି,ସଫଦରଜଙ୍ଗ ହସ୍ପିଟାଲ, ଏମ୍ସ, ନୂଆଦିଲ୍ଲୀ, ଜରୁରୀକାଳୀନ ଚିକିତ୍ସା ଏବଂ ସେବା ଯୋଗାଇବା ପାଇଁ ଏମ୍ସ, ଯୋଧପୁର ଏବଂ ଏମ୍ସ, ନାଗପୁରକୁ ପ୍ରସ୍ତୁତ ରଖାଯାଇଛି । ଏହାସହିତ ନିମହାନ୍ସ, ବେଙ୍ଗଲୁରୁକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି । ବାତ୍ୟା ପରେ କୌଣସି ସମ୍ଭାବ୍ୟ ମହାମାରୀ ଚିହ୍ନଟ ଓ ମୁକାବିଲା ପାଇଁ ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମ (ଆଇଡିଏସପି)କୁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ଏବଂ ଯେକୌଣସି ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛି ।

What's Your Reaction?

like

dislike

love

funny

angry

sad

wow