ସାଧାରଣ ସମ୍ପାଦକରୁ ଜାତୀୟ ଦଳ ଯୁବମୋର୍ଚ୍ଚା ସଭାପତି

Student leader-turned-politician

Aug 5, 2023 - 18:26
Aug 5, 2023 - 18:37
 0  26
ସାଧାରଣ ସମ୍ପାଦକରୁ ଜାତୀୟ ଦଳ ଯୁବମୋର୍ଚ୍ଚା ସଭାପତି
ସାଧାରଣ ସମ୍ପାଦକରୁ ଜାତୀୟ ଦଳ ଯୁବମୋର୍ଚ୍ଚା ସଭାପତି
ସାଧାରଣ ସମ୍ପାଦକରୁ ଜାତୀୟ ଦଳ ଯୁବମୋର୍ଚ୍ଚା ସଭାପତି

ବିଜେପି ନୂଆ ଟିମ୍ ଘୋଷଣା କରିଛି। ଯୁବମୋର୍ଚ୍ଚା ସଭାପତି ଭାବରେ ଅଭିଳାଷ ପଣ୍ଡାଙ୍କୁ ଦାୟିତ୍ଵ ମିଳିଛି। ଛାତ୍ର ନେତାରୁ ରାଜନେତା ପାଲଟିଛନ୍ତି। ତାଙ୍କୁ ଏହି ଦାୟିତ୍ବ ମିଳିବା ପରେ ଛାତ୍ରଗୋଷ୍ଠୀ ଏବଂ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅଭିଳାଷ ଆଗରୁ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ଭାବରେ କାମ କରିଥିଲେ। ଏହା ସହ ରେଭେନ୍ସାରେ ସାଧାରଣ ସମ୍ପାଦକ ଭାବରେ ଛାତ୍ର ସଂସଦ ନିର୍ବାଚନ ଜିତିଥିଲେ। ଆଗରୁ ଛାତ୍ର ମାନଙ୍କ ସମସ୍ୟା ବୁଝୁଥିଲେ ଏବେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବେ। ସେବାକୁ ବ୍ରତ ଭାବି ଆଗେଇ ଚାଲିଥିବା ଅଭିଳାଷ ସାଧାରଣ ଜନତାଙ୍କ ସ୍ୱର ପାଲଟିବେ। ନୟାଗଡ଼ର ନିପଟ ମଫସଲ ଗାଁ ପଥରଚକଡାରୁ ଆଜି ସେ ସାରା ଭାରତରେ ଜଣେ ଉଦୀୟମାନ ଯୁବ ପ୍ରତିଭା। ଲକ୍ଷ୍ ଲକ୍ଷ ଯୁବକଙ୍କ ପ୍ରେରଣା। ରେଭେନ୍ସା ବିଶ୍ଵ ବିଦ୍ୟାଳୟର ସାଧାରଣ ସମ୍ପାଦକରୁ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି। 

୨୦୧୨-୨୦୧୩ ରେ ସେ ଏବିଭିପିରୁ ରେଭେନ୍ସାର ସାଧାରଣ ସମ୍ପାଦକ ଭାବରେ ବିଜୟ ହୋଇଥିଲେ। ସେତେବେଳେ ତାଙ୍କର ରାଜନୀତିରେ ଇଚ୍ଛା ନଥିଲା। କିନ୍ତୁ ସେ ଜଣେ ବନ୍ଧୁଙ୍କ ଅନୁରୋଧ କ୍ରମେ ଛାତ୍ର ସଂସଦ ନିର୍ବାଚନ ଲଢିଥିଲେ ଏବଂ ବିପୁଳ ପରିମାଣରେ ବିଜୟଲାଭ କରିଥିଲେ। ଏହାରି ଭିତରେ କେବଳ ରେଭେନ୍ସା ନୁହେଁ ରାଜ୍ୟର ଜଣେ ଦକ୍ଷ ଛାତ୍ର ନେତା ହୋଇ ପାରିଥିଲେ ଅଭିଳାଷ। ୨୦୧୦ରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ (RSS) ରେ ଯୋଗ ଦେଇଥିଲେ। ୨୦୧୫ ରେ ସେ ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ହୋଇଥିଲେ। ପରେ, ୨୦୧୮ ରେ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ହୋଇଥିଲେ । ଜୀବନର ଅନେକ କଣ୍ଟକିତ ପଥ ଅତିକ୍ରମ କରି ଆଗକୁ ବଢ଼ି ଚାଲିଥିଲେ ଅଭିଳାଷ। ପରେ ସେ ଏବିଭିପିର ପ୍ରାନ୍ତ ସଙ୍ଗଠନ ସମ୍ପାଦକ ହୋଇଥିଲେ। ବିଗତ ଦୁଇ ବର୍ଷ ହେବ ସେ ବିଭିନ୍ନ ସାମାଜିକ ଏବଂ ଜନ କଲ୍ୟାଣ କାର୍ଯ୍ୟକ୍ରମ ମାନ କରୁଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.