ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

Jun 8, 2023 - 02:56
Jun 9, 2023 - 02:58
 0  343
ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !
ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !

ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ !
ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । ତେବେ ଏହା ଓଡିଶାକୁ ଆସିବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ସପ୍ତାହେ ବିଳମ୍ବରେ କେରଳ ଛୁଇଁଥିବା ମୌସୁମୀ ଆଗାମୀ ଦୁଇ ଦିନ ମଧ୍ୟରେ ଏହା ବଙ୍ଗୋପସାଗର, ଆରବ ସାଗରରେ ବିସ୍ତୃତ ଅଞ୍ଚଳରେ ବ୍ୟାପିବା ପରେ ମୌସୁମୀ ବାୟୁ ସମଗ୍ର କେରଳ ଓ ତାମିଲନାଡୁ ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବିସ୍ତାରିତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରିବ ଏବଂ ପରେ ପରେ କେନ୍ଦ୍ରୀୟ ଭାରତକୁ ଅଗ୍ରସର ହେବ। ଓଡ଼ିଶାରେ ସାଧାରଣତଃ ଜୁନ ୧୨ ବେଳକୁ ମୌସୁମୀ ବାୟୁ ପ୍ରବେଶ କରିଥାଏ । ତେବେ ଏଥର ମୌସୁମୀ ବାୟୁ ଆଗମନରେ ସପ୍ତାହେ ବିଳମ୍ବ ହୋଇଥିବାରୁ ମୌସୁମୀ ବାୟୁ ଓଡ଼ିଶାରେ କେବେ ପହଞ୍ଚିବ ସେ ନେଇ ପୂର୍ବାନୁମାନ ହୋଇନାହିଁ । ତେବେ ମୌସୁମୀ ବାୟୁ ବିଳମ୍ବରେ ଓଡିଶା ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

What's Your Reaction?

like

dislike

love

funny

angry

sad

wow