ଏଚଏସଆରପି ନଥିଲେ ଜୁନ ୨୩ରୁ ଜରିମାନା

Jun 8, 2023 - 02:53
Jun 9, 2023 - 02:53
 0  344
ଏଚଏସଆରପି ନଥିଲେ ଜୁନ ୨୩ରୁ ଜରିମାନା
ଏଚଏସଆରପି ନଥିଲେ ଜୁନ ୨୩ରୁ ଜରିମାନା

ଏଚଏସଆରପି ନଥିଲେ ଜୁନ ୨୩ରୁ ଜରିମାନା
ନିଜ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆରପି) ଲଗାଇ ନଥିଲେ ସତର୍କ ହୋଇଯାଆନ୍ତୁ । ଜୁନ୍‌ ୨୩ରୁ ଏଚଏସଆରପି ନମ୍ବର ନଥିବା ଗାଡିଗୁଡିକରୁ ଜରିମାନା ଆଦାୟ ହେବ । ଏ ସଂକ୍ରାନ୍ତରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଜୁନ୍‌ ୨୩ରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ଏଚ୍‌ଏସ୍‌ଆରପି ନଥିବା ଗାଡିଗୁଡିକ ଚିହ୍ନଟ କରାଯାଇ ୫ରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଉଲ୍ଲେଖଯୋଗ୍ୟ, ଓଡ଼ିଶା ରେଜିଷ୍ଟ୍ରେସନ୍‌ ଥିବା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିରେ ଏଚଏସଆରପି ଲଗାଇବାର ସମୟସୀମା ଫେବୃୟାରୀ ୨୮, ୨୦୨୩ରୁ ଶେଷ ହୋଇଛି । ତଥାପି କିଛି ଗାଡିରେ ଏଚ୍‌ଏସ୍‌ଆରପି ଲାଗି ନଥିବା ଦୃଷ୍ଟିଗୋଚର ହେଉଥିବାରୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow