ମଣିପୁର ହିଂସା ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ- ସୁପ୍ରିମକୋର୍ଟ 

Sep 3, 2023 - 07:30
Sep 4, 2023 - 07:30
 0  5
ମଣିପୁର ହିଂସା ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ- ସୁପ୍ରିମକୋର୍ଟ 
ମଣିପୁର ହିଂସା ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ- ସୁପ୍ରିମକୋର୍ଟ 

ମଣିପୁର ହିଂସା ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ- ସୁପ୍ରିମକୋର୍ଟ 
ମଣିପୁର ହିଂସା ଘଟଣାର ତଦନ୍ତକୁ ନେଇ ସୁପ୍ରିମ୍‌କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ମନ୍ତବ୍ୟ ଦେଇଛନ୍ତି । ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ମାମଲାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ଗତ ପ୍ରାୟ ତିନି ମାସ ଧରି ମଣିପୁରରେ ଲାଗି ରହିଥିବା ଜାତିଗତ ହିଂସାକାଣ୍ଡ ମଧ୍ୟରେ ମହିଳାଙ୍କ ପ୍ରତି ଯୌନ ବ୍ୟଭିଚାର ମାମଲାର ଏହା ଏକମାତ୍ର ଦୃଷ୍ଟାନ୍ତ ନୁହେଁ । ଏହି ହିଂସା ବେଳେ ପୁଲିସ ୧୪ ଦିନ ଧରି କ’ଣ କରୁଥିଲା, ପୁଲିସ କେମିତି ବିସ୍ମୟଜନକ ଭାବେ ପୀଡ଼ିତାଙ୍କୁ ଉଦ୍‌ଭ୍ରାନ୍ତ ଜନତାଙ୍କ ହାତକୁ ବଢ଼ାଇ ଦେଇଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ସମ୍ପୃକ୍ତ ପୀଡ଼ିତାମାନେ ସ୍ଥାନୀୟ ଥାନାରେ ରୁଜୁ କରିଥିବା ଏତଲାର ନକଲ ସହ ସର୍ବୋଚ୍ଚ ନ୍ୟାୟାଳୟରେ ସାନି ଆବେଦନ କରିଛନ୍ତି । ଏଥିସହ ମହିଳାମାନେ ନିଜର ପରିଚୟ ଗୋପନ ରଖିବାକୁ ଓ ରାଜ୍ୟ ବାହାରେ ମାମଲାର ଶୁଣାଣି କରିବାକୁ ଅନ୍ୟ ଏକ ଆବେଦନ ମଧ୍ୟ କରିଛନ୍ତି । ପ୍ରଧାନ ବିଚାରପତି ଏହାକୁ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଏତଲା ଓ ଏହା ଉପରେ ତଦନ୍ତ ଏବଂ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି । ଏହି ମାମଲାରେ ୬ହଜାରରୁ ଅଧିକ ଏତଲା ରୁଜୁ ହୋଇଥିବାବେଳେ ଏସବୁରେ କେଉଁ ପ୍ରକାର ତଥା କେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି, କେତେ ମାମଲା ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତକୁ ପଠାଯାଇଛି, କେତେ ଶୂନ୍ୟ ଏତଲା ରୁଜୁ ହୋଇଛି,
କେତେ ଲୋକ ବିଚାର ବିଭାଗୀୟ ହାଜତରେ ଅଛନ୍ତି, ଯୌନ ବ୍ୟଭିଚାରରେ କେତେ ଜଣ ସମ୍ପୃକ୍ତ, ରାଜ୍ୟରେ ଆଇନ ସେବା ବ୍ୟବସ୍ଥାର ସ୍ଥିତି ଆଦି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି । ହିଂସାକାଣ୍ଡରେ ବାସହୀନଙ୍କ ଥଇଥାନ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି । ଏସବୁ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲଙ୍କ ଠାରୁ ପ୍ରଧାନ ବିଚାରପତି ନିର୍ଦ୍ଦିଷ୍ଟ ଜବାବ ମାଗିଛନ୍ତି ।

What's Your Reaction?

like

dislike

love

funny

angry

sad

wow