ଜୁନ୍‌ ୧୫ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥଗିତ

Jun 7, 2023 - 01:34
Jun 8, 2023 - 01:35
 0  801
ଜୁନ୍‌ ୧୫ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥଗିତ
ଜୁନ୍‌ ୧୫ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥଗିତ

ଜୁନ୍‌ ୧୫ ପର୍ଯ୍ୟନ୍ତ କୁସ୍ତିଯୋଦ୍ଧା ଆନ୍ଦୋଳନ ସ୍ଥଗିତ
ଡବ୍ଲ୍ୟୁଏଫଆଇ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଜୁନ୍‌ ୧୫ ସୁଦ୍ଧା ଶେଷ ହେବ । ସେ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁରୋଧ ପରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ଏକ ସପ୍ତାହ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦୀର୍ଘ ଆଲୋଚନା ପରେ କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ଆନ୍ଦୋଳନରତ କ୍ରୀଡାବିତଙ୍କ ବିରୋଧରେ ରୁଜୁ ଏଫଆଇଆରକୁ ପୁଲିସ ପ୍ରତ୍ୟାହାର କରିନେବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ହୋଇଥିବା ବୈଠକରେ ଅଲିମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ତାଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ୍‌ ଏବଂ ଜିତେନ୍ଦ୍ର କିନ୍‌ହା ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow