ଲୋକକଳା ମାଧ୍ୟମରେ  ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ 

Aug 23, 2023 - 19:47
 0  17
ଲୋକକଳା ମାଧ୍ୟମରେ  ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ 
ଲୋକକଳା ମାଧ୍ୟମରେ  ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ 
ଲୋକକଳା ମାଧ୍ୟମରେ  ସଚେତନତା ସୃଷ୍ଟି ନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ 

ଭୁବନେଶ୍ବର- ତା.୨୩.୦୮: ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରାଯିବ । ୫-ଟି ଉପକ୍ରମରେ ସରକାରଙ୍କ ପକ୍ଷରୁ ଜାରି ବିକାଶ ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରିବା ଏବଂ କୌଣସି ଯୋଜନାରୁ ଯେପରି ଯୋଗ୍ୟବ୍ୟକ୍ତି ବାଦ ନପଡନ୍ତି ଏ ସଂପର୍କରେ ଲୋକକଳା ମାଧ୍ୟମରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା  ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । 

ଏଥିନିମନ୍ତେ ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆରମ୍ଭ ହୋଇଛି । ଏହାକୁ ମାନ୍ୟବର ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଉଦଘାଟନ କରିବା ସହ ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଉପରେ ଗୁରୁତ୍ବାରୋପ କରିଥିଲେ । ସମାଜର ପ୍ରତ୍ୟେକ ବର୍ଗର ଲୋକ ବିଭିନ୍ନ ଜନ ହିତକାରୀ ଯୋଜନା ମାଧ୍ୟମରେ ସାମିଲ ହେବାର ଆବଶ୍ୟକତା ଥିବା ସେ ଉଲ୍ଲେଖ କରିଥିଲେ । 

ଏହି ଅବସରରେ ସଂସ୍କୃତି ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ କହିଲେ ଯେ ଲୋକକଳାର ପ୍ରୋତ୍ସାହନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ସର୍ବଦା ପ୍ରେରଣାଦାୟୀ । ଲୋକକଳା ହିଁ ଗ୍ରାମାଞ୍ଚଳରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆକୃଷ୍ଟ କରିପାରିବ । ଏହାର ପ୍ରଚାର ସମସ୍ତଙ୍କ ଉତ୍ତରଦାୟିତ୍ବ ବୋଲି ସେ କହିଥିଲେ ।  ଏହି ଅବସରରେ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ  କହିଲେ ଯେ ଏହି କାର୍ଯ୍ୟକ୍ରମ ଜନସାଧାରଣ ମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ । 

 ଆଜିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲ୍ଲାରୁ ପ୍ରମୁଖ କଳାକାର, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ  ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଠାରୁ ପ୍ରଶିକ୍ଷଣ ନେଇ କଳାକାର ମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବେ । ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରିବେ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ । 

ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହାପୂର୍ବରୁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ କଳା ମାନଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ । ଏଥିରେ ବ୍ଲକ ଓ ଜିଲ୍ଲା କଳା ସାଂସ୍କୃତିକ ସଂଘକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ ନିକଟରେ ଲୋକକଳା କଳାକାର ମାନଙ୍କ ପରିବେଷଣ ପାରିଶ୍ରମିକ ରାଜ୍ୟ ସରକାର ବୃଦ୍ଧି କରିଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

ଆଜିର କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ଡଃ ପ୍ରସନ୍ନ କୁମାର ସ୍ବାଇଁ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ, ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ନିଶଙ୍କ ଉପସ୍ଥିତ ଥିବାବେଳେ ଉପନିର୍ଦ୍ଦେଶିକା ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow