ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା

Jun 19, 2023 - 01:59
Jun 20, 2023 - 01:59
 0  445
ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା
ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା

ଭାରତୀୟ ଦଳ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ବିଜେତା
ପ୍ରଥମ ଥର ଭୁବନେଶ୍ୱର କଳିଙ୍ଗ ‌ଷ୍ଟାଡିୟମରେ ଖେଳା ଯାଇଥିବା ଇଣ୍ଟରକଣ୍ଟିନେଣ୍ଟାଲ କପ (ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତା) ଫାଇନାଲ୍‌ରେ ଭାରତ ୨-୦ ଗୋଲ୍‌ରେ ଲେବାନନ୍‌କୁ ହରାଇଛି । ଭାରତୀୟ ଦଳର ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍‌) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍‌ଟେ (୬୬ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ୩୮ ବର୍ଷୀୟ ଛେତ୍ରୀ ତାଙ୍କ ୮୬ତମ ଅନ୍ତର୍ଜାତୀୟ ଗୋଲ୍‌ ଦେଇଥିଲେ । ରବିବାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ତେବେ ଏହି ପୁରସ୍କାର ରାଶିରୁ ୨୦ ଲକ୍ଷ ଟଙ୍କା ବାହାନଗା ଟ୍ରେନ ଦୁର୍ଘଟଣାରେ ପୀଡିତମାନଙ୍କୁ ପ୍ରଦାନ କରିବାକୁ ଭାରତୀୟ ଫୁଟବଲ ଦଳ ନିଷ୍ପତ୍ତି ନେଇ ନିଜ ମହନୀୟତାର ପରିଚୟ ଦେଇଛି ।

What's Your Reaction?

like

dislike

love

funny

angry

sad

wow