ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ

Jul 15, 2023 - 13:46
Jul 15, 2023 - 13:47
 0  6
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବିଜୟୀ


ୱେଷ୍ଟଇଣ୍ଡିଜ୍‌ ବିପକ୍ଷର ପ୍ରଥମ ଟେଷ୍ଟରେ ଭାରତ ବିଜୟୀ ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ରବିଚନ୍ଦ୍ରନ ଅଶ୍ବିନ ଦ୍ବିତୀୟ ପାଳିରେ ୭ ୱିକେଟ୍‌ ଅକ୍ତିଆର କରି ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଭାରତକୁ ପ୍ରଥମ ବିଜୟ ଭେଟି ଦେଇଛନ୍ତି। ଭାରତ ୪୨୧/୫ ରେ ଦ୍ବିତୀୟ ପାଳି ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ଦ୍ବିତୀୟ ପାଳି ୧୩୦ ରନ୍‌ରେ ସୀମିତ ରହିଥିଲା। ଏହାଫଳରେ ଭାରତ ଏକ ପାଳି ଓ ୧୪୧ ରନ୍‌ରେ ବିଜୟୀ ହେବା ସହ ମାତ୍ର ୩ ଦିନରେ ପ୍ରଥମ ମ୍ୟାଚ୍‌ ଶେଷ ହୋଇଯାଇଛି। ଏଥିସହିତ ଅଶ୍ବିନ ଟେଷ୍ଟରେ ଅଷ୍ଟମ ଥର ୧୦ ୱିକେଟ୍‌ ସଫଳତା ଅର୍ଜନ କରିଛନ୍ତି। ଅଶ୍ବିନଙ୍କ ବ୍ୟତୀତ ରବିନ୍ଦ୍ର ଜାଦେଜା (୨/୩୮) ଓ ମହମ୍ମଦ ସିରାଜ (୧/୧୬) ଅନ୍ୟ ୱିକେଟ୍‌ଗୁଡ଼ିକୁ ଝଡ଼ାଇଥିଲେ। ୱେଷ୍ଟଇଣ୍ଡିଜ୍‌ ପାଇଁ ଆଲିକ୍‌ ଆଥାନେଜ୍‌ ସର୍ବାଧିକ ୨୮ ରନ୍‌ କରିଥିଲେ। ପଦାର୍ପଣରେ ଶତକ ମାରିଥିବା ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା।

ଏଥିପୂର୍ବରୁ ଭାରତ ଶୁକ୍ରବାର ୩୧୨/୨ ରୁ ଖେଳିବା ଆରମ୍ଭ କରିଥିଲା। ଯୁବ ବ୍ୟାଟର୍‌ ଜୟସ୍ବାଲ୍‌ ପ୍ରଥମେ ୧୫୦ ରନ୍‌ ପୂରଣ କରିବା ପରେ ଆକ୍ରମଣାତ୍ମକ ଖେଳିବାକୁ ଆରମ୍ଭ କରିଥିଲେ। ବିରାଟ କୋହଲିଙ୍କ ସହ ୧୧୦ ରନ୍‌ର ଭାଗୀଦାରି ମଧ୍ୟ କରିଥିଲେ। କିନ୍ତୁ ଆଲଜାରି ଜୋସେଫ୍‌ଙ୍କ ଲେନ୍ଥ ବଲ୍‌କୁ କଭର୍‌ ଅଞ୍ଚଳକୁ ଖେଳିବାକୁ ଯାଇ ୱିକେଟ୍‌ପଛରେ ଧରାପଡ଼ିଥିଲେ। ଆଉଟ୍‌ ହେବା ବେଳକୁ ୩୮୭ ବଲ୍‌ର ସମ୍ମୁଖୀନ ହୋଇ ୧୬ ଚୌକା ଓ ୧ ଛକା ସହାୟତାରେ ୧୭୧ ରନ୍‌ ସଂଗ୍ରହ କରିଥିଲେ। କେମାର ରୋଚ୍‌ଙ୍କ ଅତିରିକ୍ତ ବାଉନ୍ସକୁ ବୁଝିନପାରି ଉପଅଧିନାୟକ ଅଜିଙ୍କ୍ୟ ରାହାଣେ କଭର୍‌ରେ ଜର୍ମାଇନ୍‌ ବ୍ଲାକଉଡ୍‌ଙ୍କୁ କ୍ୟାଚ୍‌ ଦେଇ ଫେରିଥିଲେ। ମଧ୍ୟାହ୍ନଭୋଜନ ପରେ କୋହଲିଙ୍କୁ ଅଫସ୍ପିନର୍‌ ରାଖିମ କର୍ଣ୍ଣୱାଲ୍‌ ଲେଗ୍‌ ସ୍ଲିପ୍‌ରେ ଆଥାନେଜଙ୍କ ହାତରେ ଧରାପଡ଼ିଥି‌ଲେ। ୭୬ ରନ୍ କରିଥିଲେ ମଧ୍ୟ ୭୬ତମ ଅନ୍ତର୍ଜାତୀୟ ଶତକର ସୁବର୍ଣ୍ଣ ସୁଯୋଗ ଛାଡ଼ି ‌ଦେଇଥିଲେ। ଭାରତ ୪୨୧/୫ ରେ ପାଳି ଘୋଷଣା କରିଥିଲା। ଏହାଫଳରେ ପ୍ରଥମ ପାଳିରେ ଭାରତ ୨୭୧ ରନ୍ ଅଗ୍ରଣୀ ପାଇଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.