କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ

Jul 15, 2023 - 16:09
Jul 15, 2023 - 16:18
 0  10
କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ
କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ

କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ୍‌‌ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ନିଲମ୍ବିତ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି। ଏଆଇସିସି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ଗତକିଛି ଦିନ ଧରି ଖୋଲାଖୋଲି ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ନେତା ଚିରଞ୍ଜୀବୀ ବିଶ୍ୱାଳ ଓ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଚିରଞ୍ଜୀବୀ ଓ ମୋକିମଙ୍କୁ ଜାରି କାରଣ ଦର୍ଶାଅ ନୋଟିସ ବାବଦରେ ସେ ଅଧିକ କିଛି କହିବା ପାଇଁ ଚାହାନ୍ତି ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଏହା ହାଇକମାଣ୍ଡଙ୍କ ନିଷ୍ପତ୍ତି ବୋଲି ଶରତ କହିଛନ୍ତି। କାରଣ ଦର୍ଶାଅ ନୋଟିସ୍ ବାବଦରେ ମୁଁ ଅଧିକ କିଛି କହିବିନି। ଯାହା ଅଭିଯୋଗ ଆସିଥିଲା, ତାକୁ ଆମେ ଏଆଇସିସି କୁ ପଠେଇ ଦେଇଥିଲୁ। ଏଆଇସିସି ଯାହା ନିଷ୍ପତ୍ତି ନେଇଥିବ। ମୁଁ ସମସ୍ତଙ୍କୁ ନେଇ ବିଜେପି ଓ ବିଜେଡି ବିରୋଧରେ ଲଢିବାକୁ ଚେଷ୍ଟା କରୁଛି। ସେ ରାସ୍ତାରେ ଯଦି କିଏ ବିରୋଧ କରେ ବା ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ହାଇ କମାଣ୍ଡଙ୍କ ନିଷ୍ପତ୍ତି ବୋଲି ଶରତ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ କାରଣ ଦର୍ଶାଅ ନୋଟିସ ପାଇନାହିଁ ବୋଲି କହିଛନ୍ତି ଚିରଞ୍ଜୀବୀ ବିଶ୍ବାଳ । ନୋଟିସ ପାଇଲେ ଉତ୍ତର ରଖିବେ ବୋଲି କହିଛନ୍ତି ଚିରଞ୍ଜୀବୀ ।

ସୂଚନାଯୋଗ୍ୟ ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଏହି ଆଲୋଚନାଚକ୍ରରେ ଚିରଞ୍ଜୀବୀ ବିଶ୍ୱାଳ ରାଜ୍ୟର କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, ବିଧାନସଭାରେ କଂଗ୍ରେସରୁ ବର୍ତ୍ତମାନ ୯ ଜଣ ବିଧାୟକ ଅଛନ୍ତି। କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଛନ୍ତି। ଦିନକୁ ଦିନ ଏ ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଚିରଞ୍ଜୀବୀ କହିଥିଲେ। ମହମ୍ମଦ ମୋକିମ ମଧ୍ୟ ନେତୃତ୍ୱ ବିରୋଧୀ ମନ୍ତବ୍ୟ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.