ଆଉ ୩୫୯ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ଜିଲ୍ଲାର ୩୫୯ ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି ।

Jun 6, 2023 - 06:30
 0  438
ଆଉ ୩୫୯ ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ଟି ଜିଲ୍ଲାର ୩୫୯ ରୂପାନ୍ତରିତ ସ୍କୁଲ ଲୋକାର୍ପିତ କରିଛନ୍ତି । ଏହି ରୂପାନ୍ତରିତ ସ୍କୁଲଗୁଡିକ ମଧ୍ୟରେ ଭଦ୍ରକ ଜିଲ୍ଲାର ୧୨୪, କନ୍ଧମାଳ ଜିଲ୍ଲାର ୭୭, ଢେଙ୍କାନାଳ ଜିଲ୍ଲାର ୩୫, ଗଜପତି ଜିଲ୍ଲାର ୮୦ ଓ ସୁବର୍ଣ୍ଣପୁର ଜିଲ୍ଲାର ୪୩ ସ୍କୁଲ ସାମିଲ ରହିଛି । ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩,୯୮୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇସାରିଛି । ତୃତୀୟ ପର୍ଯ୍ୟାୟ ଲୋକାର୍ପଣ ଜାରି ରହିଛି । ଆଗାମୀ ୬ ମାସ ମଧ୍ୟରେ ରାଜ୍ୟର ସମସ୍ତ ସରକାରୀ ହାଇସ୍କୁଲ ରୂପାନ୍ତରିତ ହେବ ।

What's Your Reaction?

like

dislike

love

funny

angry

sad

wow