ଭବାନୀପାଟଣା ମେଡିକାଲ କଲେଜର ନାମକରଣ

ଭବାନୀପାଟଣା ମେଡିକାଲ କଲେଜକୁ ସ୍ୱାଧୀନତା ସଂଗ୍ରାମୀ ଶହୀଦ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରାଯାଇଛି । ଏବେ ଏହି ମେଡିକାଲ କଲେଜଟି ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଭାବେ ପରିଚିତ ହେବ । ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ୪୮୧ କୋଟି ଟଙ୍କା ବିନିଯୋଗ ହୋଇଛି । ଚଳିତ ଶିକ୍ଷାବର୍ଷରୁ ୧୦୦ ସିଟରେ ନାମ ଲେଖା ପାଇଁ ଜାତୀୟ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଛନ୍ତି । ଡାକ୍ତରୀ ଶିକ୍ଷାଦାନ ପାଇଁ ପୂର୍ବରୁ ରାଜ୍ୟରେ ୧୦ଟି ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନା ପ୍ରତିଷ୍ଠା କରାଯାଇଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ଏହାଦ୍ୱାରା ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟା ୧୧ରେ ପହଞ୍ଚିବ ।

Jun 6, 2023 - 06:29
 0  298
ଭବାନୀପାଟଣା ମେଡିକାଲ କଲେଜର ନାମକରଣ

What's Your Reaction?

like

dislike

love

funny

angry

sad

wow