ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

Rahul Gandhi will contest from here

Aug 18, 2023 - 18:45
 0  3
ଆମେଠିରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ। ଉତ୍ତର ପ୍ରଦେଶ କଂଗ୍ରେସ କମିଟିର ନବ ନିଯୁକ୍ତ ଅଧ୍ୟକ୍ଷ ଅଜୟ ରାୟ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଘୋଷଣା କରିଛନ୍ତି । ଦଳର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ସେ ବାରଣାସୀ ଲାଲ ବାହାଦୁର ଶାସ୍ତ୍ରୀ ବିମାନ ବନ୍ଦରରେ ପହଂଚିଥିଲେ । ସେଠାରେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ବିପୁଳ ସ୍ୱାଗତ ସହ ପାଛୋଟି ନେଇଥିଲେ । 

ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଅଜୟ ରାୟ କହିଥିଲେ ଯେ ୨୦୧୪ରେ ଦଳ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ବିଜେପି ତାଙ୍କ ବିରୋଧରେ ଯେତେ ଷଡଯନ୍ତ୍ର କରିଥିଲେ ବି ସେ ସେତେବେଳେ ନା ବିଜେପି ଆଗରେ ମୁଣ୍ଡ ନୁଆଁଇଥିଲେ ନା ଆଜି ମୁଣ୍ଡ ନୁଆଁଇବେ ବୋଲି କହିଛନ୍ତି । ଏହାସହ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଯେଉଁ ବିଶ୍ୱାସର ସହ ଏହି ଦାୟିତ୍ୱ ଦେଇଛନ୍ତି ତାହାକୁ ନେଇ ସେ ଲୋକଙ୍କ ପାଖରେ ପହଂଚିବେ।ଗଣମାଧ୍ୟମ ପ୍ରତିନିଧୀ ଅଜୟ ରାୟଙ୍କୁ ପଚାରିଥିଲେ କି, ରାହୁଲ ଗାନ୍ଧୀ କଣ ଆମେଠିରୁ ନିର୍ବାଚନ ଲଢିବେ କି ? ଏହାର ଉତରରେ ଅଜୟ ରାୟ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିଶ୍ଚିନ୍ତ ଭାବେ ଆମେଠିରୁ ନିର୍ବାଚନ ଲଢିବେ। ପ୍ରିୟଙ୍କା ଗାନ୍ଧୀ ଯାହାଙ୍କୁ ଯେଉଁ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବାକୁ ନିର୍ଦ୍ଦେଶ ଦେବେ ଆମେ ତାହାକୁ ପାଳନ କରିବୁ ବୋଲି ଅଜୟ ରାୟ କହିଛନ୍ତି। ଏହାସହ ସେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ୍ କରି କହିଥିଲେ କି ଯେଉଁ ବିଜେପି ନେତ୍ରୀ ଏଠାରେ କିଲୋପ୍ରତି ୧୩ଟଙ୍କାରେ ଚିନି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ସେ ତାହା କରିପାରିଲେ କି ପ୍ରଶ୍ନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.