୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

Election date announcement for 7 assembly seats

Aug 8, 2023 - 17:51
 0  3
୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ ଏ ନେଇ ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୫ତାରିଖରେ ଉପନିର୍ବାଚନ ହେବ ଏବଂ ସେପ୍ଟେମ୍ବର ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ।ଏସବୁ ଉପନିର୍ବାଚନ ପାଇଁ ୧୦ ଅଗଷ୍ଟରେ ବିଜ୍ଞପ୍ତି ପ୍ରକାଶ ପାଇବ।ସେହିପରି ମନୋନୟନ ପତ୍ର ଦାଖଲର ଶେଷ ତାରିଖ ୧୭ ଅଗଷ୍ଟ ରଖାଯାଇଥିବାବେ​ଳେ ପ୍ରତ୍ୟାହାରର ଶେଷ ତାରିଖ ୨୧ ଅଗଷ୍ଟ ରହିଛି।  ଏହି ୭ଟି ବିଧାନସଭା ଆସନ ମଧ୍ୟରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନ ଥିବା ବେଳେ ତ୍ରିପୁରାରେ ୨ଟି ଆସନ ରହିଛି। ଉତ୍ତରପ୍ରଦେଶର ଘୋସି, ଉତ୍ତରାଖଣ୍ଡର ବାଗେଶ୍ୱର, ବଙ୍ଗଳାର ଧୁପଗୁଡ଼ି, ଝାଡ଼ଖଣ୍ଡର ଡୁମରୀ, କେରଳର ପୁଥୁପଲ୍ଲୀ, ତ୍ରିପୁରାର ବକ୍ସନଗର ଓ ଧନପୁରରେ ମତଦାନ ହେବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଏହି ୭ଟି ଆସନ ମଧ୍ୟରୁ ୫ଟି ଆସନର ବିଧାୟକଙ୍କ ମୃତ୍ୟୁ ଯୋଗୁଁ ଏବଂ ଅନ୍ୟ ୨ଟି ଆସନରେ ପ୍ରାର୍ଥୀଙ୍କ ଇସ୍ତଫା ଯୋଗୁଁ ଏସବୁ ଆସନଗୁଡ଼ିକ ଖାଲି ପଡ଼ିଥିଲା । ଏହି ଆସନଗୁଡ଼ିକରେ ହିଁ ଉପନିର୍ବାଚନ ହେଉଛି ।

ଜଗରନାଥ ମାହାତୋଙ୍କ ଦେହାନ୍ତ ଯୋଗୁଁ  ଝାଡ଼ଖଣ୍ଡର ଡୁମରୀ ଆସନରେ ଉପନିର୍ବାଚନ ହେଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି। କେରଳର ପୁଥୁପଲ୍ଲୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡିଙ୍କ ଦେହାନ୍ତ ହେତୁ ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ବିଷ୍ଣୁ ପଦ ରାୟଙ୍କ ଦେହାନ୍ତ ଯୋଗୁଁ ଚନ୍ଦନ କୁମାର ଦାସ ଓ ପଶ୍ଚିମବଙ୍ଗର ଧୁପଗୁଡ଼ି ଆସନରେ ଚନ୍ଦନ କୁମାର ଦାସଙ୍କ ଦେହାନ୍ତ ଯୋଗୁଁ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ଅନ୍ୟପକ୍ଷରେ ଦାରା ସିଂ ଚୌହାନଙ୍କ ଇସ୍ତଫା ଯୋଗୁଁ ୟୁପିର ଘୋସି ଆସନ ପାଇଁ ସେପ୍ଟେମ୍ବର ୫ ରେ ନିର୍ବାଚନ ହେବାକୁ ଯାଉଛି । ପ୍ରତିମା ଭୌମିକଙ୍କ ଇସ୍ତଫା ପରେ ତ୍ରିପୁରାର ଧନପୁର ଆସନ ଖାଲି ପଡ଼ିଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.