୫ ହଜାର ଡାକ୍ତର ପଦବୀକୁ ମଞ୍ଜୁରୀ

Jul 18, 2023 - 08:07
Jul 21, 2023 - 08:07
 0  7
୫ ହଜାର ଡାକ୍ତର ପଦବୀକୁ ମଞ୍ଜୁରୀ
୫ ହଜାର ଡାକ୍ତର ପଦବୀକୁ ମଞ୍ଜୁରୀ

୫ ହଜାର ଡାକ୍ତର ପଦବୀକୁ ମଞ୍ଜୁରୀ
ରାଜ୍ୟପାଳ ଗଣେଶୀ ଲାଲ ରାଜ୍ୟରେ ୫ ହଜାର  ନୂଆ ଡାକ୍ତର ପଦବୀକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଡାକ୍ତରଖାନା, କ୍ୟାପିଟାଲ ହସପିଟାଲ ଓ ରାଉରକେଲା ଆଇଜିଏଚରେ ୬୮୯ଟି ନୂଆ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତ ହେବେ । ଏଥିପାଇଁ ପ୍ରତି ଉପଖଣ୍ଡ ଚିକିତ୍ସାଳୟରେ ୧୫ଟି ଲେଖାଏ ନୂଆ ପଦବୀ ସୃଷ୍ଟି ହୋଇଛି । ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩୭୫୦ ଡାକ୍ତର ନିଯୁକ୍ତ ହେବେ । ପ୍ରତି ସିଏଚସିରେ ୧୦ଟି ଲେଖାଏ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି । ସେହିପରି ରାଜ୍ୟର ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୧ଟି ଡାକ୍ତର ପଦବୀ ସୃଷ୍ଟି ହୋଇଛି । ଭୁବନେଶ୍ୱରର ୪ଟି ଓ ସୁନ୍ଦରଗଡ଼ର ଗୋଟିଏ ୟୁସିଏଚସି ପାଇଁ ମୋଟ ୬୫ଟି ପଦବୀ ସୃଷ୍ଟି ହୋଇଥିବାବେଳେ କଟକର ସିଡିଏ, ଚାଉଳିଆଗଞ୍ଜ ପାଇଁ ୧୬ଟି ପଦବୀ ସୃଷ୍ଟି ହୋଇଛି ।

What's Your Reaction?

like

dislike

love

funny

angry

sad

wow