ତୃତୀୟ ଦିନରେ ବିଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଜାରି

Jul 7, 2023 - 11:59
 0  5
ତୃତୀୟ ଦିନରେ ବିଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଜାରି

ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ଶୁକ୍ରବାର ତୃତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ଅଧିକାରୀମାନେ ଡିଏନ୍ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି। ଡିଏନ୍ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି। ତୃତୀୟ ଦିନରେ ନୟାପଲି ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ତୃତୀୟ ଦିନରେ ଜବତ କାଗଜପତ୍ରକୁ ଛାନଭିନ୍ କରାଯାଉଛି। ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସ ରେ ପଚରାଉଚରା ଚାଲିଛି। ତେବେ ଡିଏନ୍ ଗ୍ରୁପ କେବେଠାରୁ ଓ କେତେ ଟଙ୍କା ଟିକସ ଫାଙ୍କିଛି ତାହା ସ୍ପଷ୍ଟ କରିନି ତଦନ୍ତକାରୀ ଟିମ।

ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।
ମିଳିଥିବା ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ୟୁନିଟ୍-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍ ଗ୍ରୁପ୍ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କର ଘର ଖଟ ତଳେ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା। ସେଥିରୁ କେବଳ ୫ ଶହ ଟଙ୍କିଆ ବିଡ଼ା ମିଳିଥିଲା। ଏହା ପରେ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍। ୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା। ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍କୁ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ଜଣାପଡ଼ିଛି।

ତେଣେ ଦ୍ବିତୀୟ ଦିନରେ ଚଢ଼ଉ ବେଳେ ଜାଗମରାରୁ ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ଟଙ୍କା ଭର୍ତ୍ତି ଦୁଇଟି ଟ୍ରଲି ବ୍ୟାଗ୍ ଜବତ କରାଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ। ସେହିପରି ତ୍ରିଶୁଳିଆଠାରେ ଡିଏନ୍ ଗ୍ରୁପର ଟୁଇନ୍ ସିଟି ପ୍ରୋଜେକ୍ଟର ଏକ ଫ୍ଲାଟରୁ ମଧ୍ୟ ବିପୁଳ ଟଙ୍କା ମିଳିଛି। ଗତକାଲି ଓ ଆଜି ଜବତ କରା ଯାଇଥିବା କୋଟି କୋଟି ଟଙ୍କାକୁ ୟୁନିଟ୍-୧ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁଖ୍ୟ ଶାଖାକୁ ନିଆଯାଇ ଆୟକର ଅଧିକାରୀ ଓ ଡିଏନ୍ ଗ୍ରୁପ୍ ଅଧିକାରୀଙ୍କ ଉପସ୍ଥିତିରେ ଗଣତି କରାଯାଉଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଗଣତି ଓ ହିସାବ ଚାଲିଥିବା ସୂଚନା ମିଳିଛି। ଗତକାଲି ୩୦ କୋଟି ଟଙ୍କା ନଗଦ ଜବତ ହୋଇଥିବା କୁହାଯାଇଥିଲେ ହେଁ ଆୟକର ବିଭାଗର ଅଧିକାରୀମାନେ ଟଙ୍କାର ପରିମାଣ ସଂପର୍କରେ ମୁହଁ ଖୋଲୁନାହାନ୍ତି। ବ୍ୟାଙ୍କରେ ଗଣତି ସରିବା ପରେ ଏ ନେଇ ଠୋସ୍ ଭାବେ ଜଣାପଡ଼ିବ ବୋଲି ଗୋଟିଏ ସୂତ୍ରରୁ ସୂଚନା ମିଳିଛି। ଆୟକର ବିଭାଗ ଠାରୁ ଇଡି ବିଧିବଦ୍ଧ ଭାବେ ସୂଚନା ପାଇବା ପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସଂକ୍ରାନ୍ତରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ଡିଏନ୍ ହୋମ୍ସରେ ଆୟକର ବିଭାଗର ବେଳେ କୋଟିଏ ଟଙ୍କାର ଜାଲ ରସିଦ ଜବତ I ଟିକସ ଫାଙ୍କିବା ଅଭିଯୋଗରେ ଗତ କାଲି ଠାରୁ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଚାଲିଛି I ଟଙ୍କାଗଣା ମେସିନ ସାହାଯ୍ୟରେ ଗଣା ଚାଲିଛି ଜାଲ୍‌ ନୋଟ୍‌। ଜାଲ୍‌ ନୋଟ୍‌କୁ ନେଇ ଛାନବିନ ଆରମ୍ଭ କରିଛି ଆୟକର ବିଭାଗ। ଏକ୍ସପର୍ଟ ମାନେ ପହଁଚି ଏହି ଜାଲ ନିତ ସବୁ ଚିହ୍ନଟ କରିଛନ୍ତି Iଏହା ସହିତ ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ମଧ୍ୟ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ଼। ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ଼ ଚାଲିଥିବା ବେଳେ ଆଜି ସକାଳୁ ଆଉ ଏକ ଟିମ ଆସି ପହଞ୍ଚିଛି। ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରେଡ଼ କରୁଛି। ଆୟକର ବିଭାଗ ମିଳିଥିବା ଟଙ୍କାର ସୋର୍ସ ଖୋଜୁଛି। କମ୍ପାନୀ କର୍ମଚାରୀ ଓ ମାଲିକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.