୧୪ ଜୁଲାଇ ରେ ମହାକାଶକୁ ଯିବ ଚନ୍ଦ୍ରୟାନ-୩

Jul 7, 2023 - 11:48
 0  5
୧୪ ଜୁଲାଇ ରେ ମହାକାଶକୁ ଯିବ ଚନ୍ଦ୍ରୟାନ-୩

ଚନ୍ଦ୍ରଯାନ-୩କୁ ନେଇ ମହାକାଶକୁ ଯିବାକୁ ଥିବା ଲଞ୍ଚ୍ ଭେହିକ୍‌ଲ ଏମ୍୩/ଏମ୍‌୪ (ଏଲ୍‌ଭି ଏମ୍‌୩/ଏମ୍‌୪)କୁ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ର (ଏସ୍‌ଡିଏସ୍‌ସି)ର ଲଞ୍ଚପ୍ୟାଡ୍‌କୁ ପଠାଯାଇ ସାରିଲାଣି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରୟାନ ୩ର ଲଞ୍ଚିଙ୍ଗ୍ ତାରିଖ ଘୋଷଣା କରିଛି । ଏହାର ସୂଚନା ଇସ୍ରୋ ଟ୍ୱିଟ୍ କରି ସୂଚନା ଦେଇଛି । ଟ୍ୱିଟରେ ଇସ୍ରୋ କହିଛି ଯେ ଚନ୍ଦ୍ରୟାନ-୩କୁ ୧୪ ଜୁଲାଇ ଅପରାହ୍ନରେ ଲଞ୍ଚ୍ କରାଯିବ। ଏହାକୁ ଏସଡିଏସସି, ଶ୍ରୀହରିକୋଟାରୁ ୧୪ ଜୁଲାଇ ୨୦୨୩ ଅପରାହ୍ନ ୨ଟା ୩୫ ମିନିଟରେ ଲଞ୍ଚ୍ କରାଯିବ।। ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ଉନ୍ମୋଚନ କରିବାରେ ସାହାଯ୍ୟ କରିବ।

ଚନ୍ଦ୍ରଯାନ-୩ ହେଉଛି ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ଅଭିଯାନ, ଯାହା ଏହାର ଲ୍ୟାଣ୍ଡର୍ ଓ ରୋଭର୍ ବ୍ୟବହାର କରି ସୁରକ୍ଷିତ ଅବତରଣ ଏବଂ ଚନ୍ଦ୍ର ପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ଲ୍ୟାଣ୍ଡର୍ ଓ ରୋଭର୍ ୧୦୦ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରୋପଲସନ୍ ମଡ୍ୟୁଲ୍ ଦ୍ୱାରା ଗତି କରିବ। ଚନ୍ଦ୍ରର କକ୍ଷପଥରୁ ପୃଥିବୀର ସ୍ପେକ୍ଟ୍ରାଲ୍ ଓ ପୋଲାରିମେଟ୍ରିକ୍ ତଥ୍ୟ ପରୀକ୍ଷା କରିବା ପାଇଁ ପ୍ରୋପଲସନ୍ ମଡ୍ୟୁଲ୍ ସ୍ପେକ୍ଟ୍ରୋ-ପୋଲାରାଇମେଟ୍ରି ଅଫ୍ ହାବିଟେବଲ୍ ପ୍ଲାନେଟ୍ ଆର୍ଥ (ସେପ୍) ପେଲୋଡ୍ ସହିତ ସଜ୍ଜିତ। ଏହି ପ୍ରକଳ୍ପର ଆନୁମାନିକ ବଜେଟ୍ ୬୧୫ କୋଟି ଟଙ୍କା ରହିଛି। ଗତକାଲି ଚନ୍ଦ୍ରଯାନ-୩ର ଏନ୍‌କ୍ୟାପ୍‌ସୁଲେଟେଡ୍ ଆସେମ୍ବଲି ଏଲ୍‌ଭିଏମ୍‌୩ ସହିତ ଯୋଡି ହୋଇଥିଲା।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.