ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

Aug 8, 2023 - 11:51
Aug 9, 2023 - 11:51
 0  5
ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ
ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ

ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣାରେ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ
ମିଟର ରିଡିଂ ନେବାକୁ ଯାଇଥିବା ମିଟର୍ ରିଡର୍‌ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୦)ଙ୍କ ହତ୍ୟାକାଣ୍ଡଜନିତ ମୃତ୍ୟୁକୁ ନେଇ ଟିପିଏସ୍‌ଓଡିଏଲ୍ ଦୁଃଖ ପ୍ରକାଶ କରିଛି । ଏଥି ସହିତ କଂପାନି ମୃତକଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ମୃତ କର୍ମଚାରୀଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ କମ୍ପାନୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ସୂଚନାଯୋଗ୍ୟ, ଗଂଜାମ ଜିଲ୍ଲା ଭଞ୍ଜନଗର ଡିଭିଜନ ତିଳିସିଂ ସେକ୍ସନ୍‌ରେ ଟିପିଏସ୍‌ଓଡ଼ିଏଲ୍‌ ମିଟର୍ ରିଡର୍ ଭାବେ ଲକ୍ଷ୍ମୀନାରାୟଣ ଓରଫ୍‌ ବାବି କାର୍ଯ୍ୟ କରୁଥିଲେ । ସୋମବାର ଅଭିଯୁକ୍ତ ଗୋବିନ୍ଦର ଘରେ ପହଞ୍ଚି ରିଡିଂ ନେବା ପରେ ବିଲରେ ଅଧିକ ଟଙ୍କା ଦେଖି ଗୋବିନ୍ଦ ଉତ୍‌କ୍ଷିପ୍ତ ହୋଇଉଠିଥିଲା । ଯାହାକୁ ନେଇ ଲକ୍ଷ୍ମୀନାରାୟଣଙ୍କ ସହ ତାର ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏନେଇ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ସେ ଗୋବିନ୍ଦକୁ କହିଥିଲେ ବି ସେ କିଛି ଶୁଣି ନଥିଲା । ଶେଷରେ ରକ୍ତମୁଖା ଗୋବିନ୍ଦ ଘରୁ ଏକ ଧାରୁଆ ଭୁଜାଲି ଆଣି ଲକ୍ଷ୍ମୀନାରାୟଣଙ୍କ ବେକ ଏବଂ ମୁଣ୍ଡକୁ ଏକାଧିକଥର ଆକ୍ରମଣ କରିଥିଲା । ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଲକ୍ଷ୍ମୀନାରାୟଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

What's Your Reaction?

like

dislike

love

funny

angry

sad

wow