୪ ଜିଲ୍ଲାରେ ବଢ଼ିଲା ଖରା ଛୁଟି

Jun 24, 2023 - 07:53
Jun 25, 2023 - 07:53
 0  9
୪ ଜିଲ୍ଲାରେ ବଢ଼ିଲା ଖରା ଛୁଟି
୪ ଜିଲ୍ଲାରେ ବଢ଼ିଲା ଖରା ଛୁଟି

୪ ଜିଲ୍ଲାରେ ବଢ଼ିଲା ଖରା ଛୁଟି
ଏବେ ବି ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ୩ଟି ଜିଲ୍ଲାରେ ସ୍କୁଲ ଛୁଟି ଆଉ ଗୋଟିଏ ଦିନ ବଢ଼ାଯାଇଛି । ସେସବୁ ଜିଲ୍ଲାରେ ଜୁନ ୨୧ ପରିବର୍ତ୍ତେ ଜୁନ ୨୨ରେ ସ୍କୁଲ ଖୋଲିବ । ସେହି ଜିଲ୍ଲାଗୁଡିକ ହେଲା ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗୀର । ଏ ନେଇ ସେହି ଜିଲ୍ଲାର ଜିଲ୍ଲାପାଳମାନେ ନୋଟିସ୍ ଜାରି କରିଛନ୍ତି । ଏହି ଜିଲ୍ଲାର ସ୍କୁଲ ସକାଳୁଆ ହେବ । ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲିବ । ସେହିପରି ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍କୁଲ ଛୁଟି ଆଉ ଦୁଇ ଦିନ ବଢ଼ାଇ ଦିଆଯାଇଛି । ନୂଆପଡ଼ାରେ ଜୁନ ୨୧ ପରିବର୍ତ୍ତେ ଜୁନ ୨୩ରେ ସ୍କୁଲ ଖୋଲିବ । ଜୁନ ୨୩ ଓ ୨୪ରେ ସକାଳୁଆ ସ୍କୁଲ ହେବ ଓ ଜୁନ ୨୬ରୁ ନିୟମିତ ସମୟ ଅନୁଯାୟୀ ସ୍କୁଲ ଚାଲିବ ।

What's Your Reaction?

like

dislike

love

funny

angry

sad

wow