ମାଲକାନଗିରିରେ ସଡକ ବିକାଶ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର

Jun 24, 2023 - 07:54
Jun 25, 2023 - 07:54
 0  5
ମାଲକାନଗିରିରେ ସଡକ ବିକାଶ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର
ମାଲକାନଗିରିରେ ସଡକ ବିକାଶ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର

ମାଲକାନଗିରିରେ ସଡକ ବିକାଶ ପାଇଁ ୧୫୮କୋଟି ଟଙ୍କା ମଞ୍ଜୁର
ମାଲକାନଗିରି ଜିଲ୍ଲାରେ ୨୧ଟି ସଡକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୮କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୧୭୨.୫୩ କିଲୋମିଟର ଦୀର୍ଘ ସଡ଼କ ପ୍ରକଳ୍ପ ପାଇଁ ଏହି ଅର୍ଥ ବରାଦ କରାଯାଇଛି । ଦୁର୍ଗମ ଅଞ୍ଚଳରେ ଥିବା ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଏବଂ ପଡ଼ିଆ ବ୍ଲକ୍‌‌ରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’ରେ ଏହି ପ୍ରକଳ୍ପ ନିର୍ମିତ ହେବ ବୋଲି ସୂଚନା ମିଳିଛି । ୫-ଟି ସଚିବଙ୍କ ମାଲକାନଗିରି ଗସ୍ତ ବେଳେ ଲୋକଙ୍କଠାରୁ ମିଳିଥିବା ଅଭିଯୋଗ ଓ ମତାମତକୁ ଭିତ୍ତି କରି ଏହି ସଡ଼କ ପ୍ରକଳ୍ପ ଗୁଡିକ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହି ରାସ୍ତା ନିର୍ମାଣର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଚିତ୍ରକୋଣ୍ଡାର ମୁଦୁଲିଗୁଡ଼ାଠାରୁ ଅମାଲିବେଡ଼ା ପର୍ଯ୍ୟନ୍ତ ୩୦ କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ସଡ଼କ ନିର୍ମାଣ ହେବ । ସେହିଭଳି ପୋଲ୍ଲୁର୍‌ ‌ଠାରୁ କୁର୍ଷନ୍‌‌ପାଲ୍ଲୀ ପର୍ଯ୍ୟନ୍ତ ୯ କୋଟି ଟଙ୍କା ବ୍ୟୟରେ ୧୧ କିଲୋମିଟରରୁ ଅଧିକ ସଡ଼କ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯିବ ।

What's Your Reaction?

like

dislike

love

funny

angry

sad

wow