ରବିବାର ଖୋଲା ରହିବ ଆହାର କେନ୍ଦ୍ର

Jun 26, 2023 - 21:09
 0  9
ରବିବାର ଖୋଲା ରହିବ ଆହାର କେନ୍ଦ୍ର
ରବିବାର ଖୋଲା ରହିବ ଆହାର କେନ୍ଦ୍ର

ରବିବାର ଖୋଲା ରହିବ ଆହାର କେନ୍ଦ୍ର
ଡାକ୍ତରଖାନା ପରିସର କିମ୍ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ବି ଖୋଲା ରହିବ । ଏ ସମ୍ପର୍କରେ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲାପାଳ ତଥା ଜିଲା ଆହାର ସମିତିର ସଭାପତିଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା ଲୋକେ ଉପକୃତ ହୋଇପାରିବେ । ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି । ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି ୮୨ଟି ମଧ୍ୟରୁ ୫୮ଟି ଆହାର କେନ୍ଦ୍ରରେ ରାତିରେ ଖାଦ୍ୟ ପରିବେଷଣ କରାଯାଉଛି । ଏହି ୮୨ ଆଧାର କେନ୍ଦ୍ର ମାଧ୍ୟମରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହୋଇଥାନ୍ତି ।

What's Your Reaction?

like

dislike

love

funny

angry

sad

wow