ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କୁ କାରଣଦର୍ଶାଅ ନୋଟିସ୍

ଦୁଇ ବରିଷ୍ଠ କଂଗ୍ରେସ ନେତା ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଏଆଇସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଜାନକୀ–ବସନ୍ତ ଯୋଡ଼ି ଶୀର୍ଷକ ଆଲୋଚନାଚକ୍ରରେ ବିବାଦୀୟ ବୟାନ ପାଇଁ ଏହି ନୋଟିସ ଜାରି ହୋଇଛି । ତେବେ କାରଣ ଦର୍ଶାଅ ପାଇନଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି । ୨୦୨୪ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ୧୪୭ ନିର୍ବାଚନୀମଣ୍ଡଳୀରେ ପ୍ରାର୍ଥୀ ଦିଆ ଯାଇପାରିବ ନାହିଁ ବୋଲି ଆଲୋଚନାଚକ୍ରରେ ଚିରଞ୍ଜୀବ କହିଥିଲେ । ଏହାସହିତ ୯ରୁ ୯୦ ମିଶନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ପୂର୍ବରୁ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଏଆଇସିସି ପକ୍ଷରୁ ଦୁଇ ଥର ନୋଟିସ ଜାରି ହୋଇଥିଲା । ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନୋଟିସ ହୋଇଥିଲା ।

Jun 6, 2023 - 05:23
 0  447
ଦୁଇ ବରିଷ୍ଠ କଂଗ୍ରେସ ନେତାଙ୍କୁ କାରଣଦର୍ଶାଅ ନୋଟିସ୍

What's Your Reaction?

like

dislike

love

funny

angry

sad

wow