କଂଗ୍ରେସକୁ ବଞ୍ଚାଇବାକୁ ଆହ୍ୱାନ ଦେଲେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜିବ

Jul 17, 2023 - 07:42
Jul 18, 2023 - 07:43
 0  4
କଂଗ୍ରେସକୁ ବଞ୍ଚାଇବାକୁ ଆହ୍ୱାନ ଦେଲେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜିବ
କଂଗ୍ରେସକୁ ବଞ୍ଚାଇବାକୁ ଆହ୍ୱାନ ଦେଲେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜିବ

କଂଗ୍ରେସକୁ ବଞ୍ଚାଇବାକୁ ଆହ୍ୱାନ ଦେଲେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜିବ
କଂଗ୍ରେସରୁ ନିଲମ୍ବନ ପରେ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ୱାଳ । ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚିରଞ୍ଜୀବି କହିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋତେ ନିଲମ୍ବନ କରାଯାଇଥିଲେ ମଧ୍ୟ କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ । ମୁଁ କଂଗ୍ରେସ ପରିବାରରୁ ଆସିଛି, ମୋ ରକ୍ତରେ ବେଇମାନୀ ନାହିଁ । ମୁଁ ଓ ମୋ ଭାଇ ସର୍ବଦା କଂଗ୍ରେସକୁ ସୁଦୃଢ଼ କରିବାକୁ କାମ କରିଛୁ । କଂଗ୍ରେସକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱରରେ ଏକ ମିଟିଂ ଡାକିଥିଲୁ । କଂଗ୍ରେସକୁ କିଭଳି ସୁଦୃଢ଼ କରାଯିବ ସେ ନେଇ ଆଲୋଚନା ହୋଇଥିଲା । କୁହାଗଲା ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା । ତେବେ ଧାମନଗର ଓ ପଦ୍ମପୁର ନିର୍ବଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା ବୋଲି ଚିରଞ୍ଜୀବ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେଉଁମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ସେମାନେ ୨୫ ବର୍ଷ ହେଲା ଜିତିନାହାନ୍ତି । କାହା ପରାମର୍ଶରେ ଚକ୍ରାନ୍ତ ହେଉଛି ତାହା ମୁଁ ଜାଣେ ନାହିଁ । ମୁଁ ସ୍ୱାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ । ଦୁର୍ବଳ ଲୋକ ଅଭିଯୋଗ କରନ୍ତି, ମୁଁ କେଉଁଠି ଅଭିଯୋଗ କରିବି ନାହିଁ । ସେହିପରି ଚିରଞ୍ଜୀବ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ସେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଲଢ଼ିବି କି ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ ହିଁ କହିବ । ସେହିପରି ପିସିସି ସଭାପତିଙ୍କୁ ଇସାରା ଇସାରାରେ କହିଛନ୍ତି ଯେ ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି । ପାଦ ତଳେ ମାଟି ନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି ।

What's Your Reaction?

like

dislike

love

funny

angry

sad

wow