ଫିରିଙ୍ଗିଆ ଥାନା ଆଇଆଇସି ନିଲମ୍ବିତ

Aug 12, 2023 - 08:44
Aug 13, 2023 - 08:44
 0  5
ଫିରିଙ୍ଗିଆ ଥାନା ଆଇଆଇସି ନିଲମ୍ବିତ
ଫିରିଙ୍ଗିଆ ଥାନା ଆଇଆଇସି ନିଲମ୍ବିତ

ଫିରିଙ୍ଗିଆ ଥାନା ଆଇଆଇସି ନିଲମ୍ବିତ
ଦାୟିତ୍ୱରେ ଗୁରୁତର ଅବହେଳା ପାଇଁ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ପୁଲିସ ଡିଜି ନିଲମ୍ବିତ କରିଛନ୍ତି । ଗତ ୫ ତାରିଖରେ କିଛି ସ୍ଥାନୀୟ ବ୍ୟକ୍ତି ଗଞ୍ଜେଇ ଚୋରାଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ କରି ଥାନା ପୋଡାଜଳା କରିବା ସହ ଏସଡିପିଓ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ମାଡ ମାରିଥିଲେ । ପରିସ୍ଥିତିର ମୁକାବିଲା ପାଇଁ ଥାନାରେ ଯଥେଷ୍ଟ ପୁଲିସ କର୍ମଚାରୀ ଥିଲେ ମଧ୍ୟ ତତ୍କାଳୀନ ଫିରିଙ୍ଗିଆ  ଥାନା ଅଧିକାରୀ ତପନ ନାହାକ ଥାନା ଛାଡି ଚାଲି ଯାଇଥିଲେ । ଫଳରେ ଉପସ୍ଥିତ ପୁଲିସ କର୍ମଚାରୀମାନେ ଭିଡ ନିୟନ୍ତ୍ରଣ ପାଇଁ ଉପଯୁକ୍ତ ଦିଗଦର୍ଶନ ପାଇନଥିଲେ । ଏହାର ସୁଯୋଗରେ ଗଞ୍ଜେଇ ମାଫିଆମାନଙ୍କ ସହ ସଂପୃକ୍ତ କିଛି ବ୍ୟକ୍ତି ଥାନା ଗାଡି, ଥାନା କାଗଜପତ୍ର ଓ ଜବତ ଗଞ୍ଜେଇ ପୋଡି ଦେଇଥିଲେ । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଏହି ଘଟଣାକୁ ବେଶ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ କରିଥିଲେ । ଥାନା ଜଳାପୋଡା ମାମଲାରେ ୩୦ରୁ ଅଧିକ ଦୃବୃର୍ତ୍ତଙ୍କୁ ଗିରଫ କରାଯାଇ ସାରିଛି । ପୂର୍ବରୁ ଫିରିଙ୍ଗିଆ ଥାନା ଅଧିକାରୀଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତଦନ୍ତ ରିପୋର୍ଟ ଆଧାରରେ ଶନିବାର ପୁଲିସ ଡିଜି ସୁନୀଲ ବଂଶଲ ତାଙ୍କୁ ନିଲମ୍ବିତ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow