ଆର୍ଥିକ ପରିଚାଳନା ନେଇ ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କର୍ମଶାଳା

Sep 1, 2023 - 17:41
 0  6
ଆର୍ଥିକ ପରିଚାଳନା ନେଇ ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କର୍ମଶାଳା
ଆର୍ଥିକ ପରିଚାଳନା ନେଇ ଏନ୍‌ଏସ୍‌ଏସ୍‌ର ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର:  ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଏନ୍‌ଏସ୍‌ଏସ୍‌ ପକ୍ଷରୁ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ୨୫ରୁ ଉଦ୍ଧ୍ୱର୍ ୟୁନିଟ୍‌ରୁ ପ୍ରୋଗ୍ରାମ ଅଫିସର, କଲେଜ ୟୁନିଟ୍‌ ଆଦିରୁ ବହୁ ସଂଖ୍ୟାରେ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

କର୍ମଶାଳାରେ ଜିରୋ ବାଲାନ୍‌ସ ସବ୍‌ସିଡିଆରୀ ଆକାଉଣ୍ଟ (ଜେଡ୍‌ବିଏସ୍‌ଏ) ଓ ପବ୍ଲିକ୍‌ ଫାଇନାନ୍‌ସିଆଲ ମ୍ୟାନେଜମେଣ୍ଟ(ପିଏଫ୍‌ଏମ୍‌ଏସ୍‌)ର ବ୍ୟବହାର ବାବଦରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ଦିଆଯାଇଥିଲା । ଅନୁରୂପ ଭାବରେ, ଏହାର ବ୍ୟବହାରରେ ଦେଖା ଦେଉଥିବା ସମସ୍ୟା ତଥା ଅସୁବିଧା ଏବଂ ସେସବୁର ନିରାକରଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା I

ପ୍ରାର୍ଥୀମାନଙ୍କୁ ଏସବୁର କାର୍ଯ୍ୟପ୍ରଣାଳୀ ଅବଗତ କରାଯାଇଥିଲା । ଏନ୍‌ଏସ୍‌ଏସ୍‌ର ଅଧିକାରୀମାନଙ୍କୁ ଆର୍ଥିକ ପରିଚାଳନା ନେଇ ଅଧିକ ସଶକ୍ତ କରିବା ଉପରେ କର୍ମଶାଳାରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ଜିରୋ ବାଲାନ୍‌ସ ସବ୍‌ସିଡିଆରୀ ଆକାଉଣ୍ଟ (ଜେଡ୍‌ବିଏସ୍‌ଏ) ଓ ପବ୍ଲିକ୍‌ ଫାଇନାନ୍‌ସିଆଲ ମ୍ୟାନେଜମେଣ୍ଟ(ପିଏଫ୍‌ଏମ୍‌ଏସ୍‌) ମାଧ୍ୟମରେ ଅର୍ଥ ନେଣଦେଣ ପ୍ରକି୍ରୟାରେ ଅଧିକ ସ୍ୱଚ୍ଛତା ଓ ପାରଦର୍ଶିତା ଉପଲବ୍ଧ ହେବ ଏବଂ ଏହା ଡିଜିଟାଲ ଓଡ଼ିଶାର ମୂଳଦୁଆକୁ ସୁଦୃଢ଼ କରିବ ବୋଲି ପ୍ରଶିକ୍ଷକମାନେ ମତ ଦେଇଥିଲେ।

କର୍ମଶାଳାରେ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ, ବିତ୍ତ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବ ମନୋରଞ୍ଜନ ନାୟକ, ପିଏପ୍‌ଏମ୍‌ଏସ୍‌ ନିର୍ଦ୍ଦେଶାଳୟର ସିନିୟର ଆକାଉଣ୍ଟ୍‌ସ ଅଫିସର ଯଶୋବନ୍ତ ସ୍ୱାଇଁ, ଷ୍ଟେଟ୍‌ ନୋଡାଲ ଅଫିସର ଡକଫର ରମେଶ ଚନ୍ଦ୍ର ବେହେରା ଏବଂ ଇଟିଆଇ ନିରୋଦବରଣ ଖୁଣ୍ଟିଆ ପ୍ରମୁଖ ପ୍ରଶିକ୍ଷାର୍ଥୀମାନଙ୍କୁ ବିଭିନ୍ନ ସୂଚନା ଦେଇଥିଲେ । ପ୍ରାରମ୍ଭରେ ଅନିନ୍ଦିତା ଦାଶ ବ୍ୟାସକବିଙ୍କ ରଚିତ
ସଙ୍ଗୀତ ପରିବେଷଣ କରିଥିଲେ। 

What's Your Reaction?

like

dislike

love

funny

angry

sad

wow