ବଜାରରୁ ଗାଏବ୍ ହୋଉଛି ୫୦୦ ଟଙ୍କିଆ ନୋଟ୍

Jun 19, 2023 - 09:50
 0  560
ବଜାରରୁ ଗାଏବ୍ ହୋଉଛି  ୫୦୦ ଟଙ୍କିଆ ନୋଟ୍

ବଜାରରୁ ଗାଏବ୍ ହୋଇଯାଇଛି ୮୮,୦୦୦ କୋଟି ଟଙ୍କା ମୂଲ୍ୟର ୫୦୦ ଟଙ୍କିଆ ନୋଟ୍। ଅପରପକ୍ଷେ ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ଅସ୍ୱୀକାର କରିଛି। କେନ୍ଦ୍ରୀୟ ବ୍ୟାଙ୍କ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଜାରି କରିଛି। ଆରଟିଆଇ ରିପୋର୍ଟକୁ ଉଦ୍ଧୃତ କରି ରିପୋର୍ଟରେ ଦାବି କରାଯାଇଥିଲା ଯେ ଅର୍ଥନୀତିରୁ ବହୁ ସଂଖ୍ୟକ ୫୦୦ ଟଙ୍କିଆ ନୋଟ୍ ଗାଏବ୍ ହୋଇଯାଇଛି। ସେହି ନୋଟ୍‌ଗୁଡିକର ମୂଲ୍ୟ ୮୮,୦୩୨.୫୦ କୋଟି ଟଙ୍କା ହେବ।ଆରବିଆଇ କହିଛି ଯେ ଦେଶର ତିନୋଟି ପ୍ରିଣ୍ଟିଂ ପ୍ରେସରୁ ୫୦୦ ଟଙ୍କିଆ ନୋଟ୍ ସମ୍ବନ୍ଧରେ ଆରଟିଆଇ ଅଧୀନରେ ଦିଆଯାଇଥିବା ସୂଚନାକୁ ଭୁଲ ବ୍ୟାଖ୍ୟା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ପ୍ରିଣ୍ଟିଂ ପ୍ରେସରୁ ଆରବିଆଇକୁ ଦିଆଯାଇଥିବା ପ୍ରତ୍ୟେକ ନୋଟ୍ ଗଣନା କରାଯାଏ। ଏଥିପାଇଁ ଏକ ଶକ୍ତିଶାଳୀ ବ୍ୟବସ୍ଥା ରହିଛି। ଏହି ପରିପ୍ରେକ୍ଷୀରେ କେବଳ କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ଉପରେ ନିର୍ଭର କରିବାକୁ ଲୋକଙ୍କୁ ଆରବିଆଇ ପରାମର୍ଶ ଦେଇଛି।ଏହାପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ଆରଟିଆଇ କର୍ମକର୍ତ୍ତା ମନୋରଞ୍ଜନ ରୟ କିଛି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ କୁହାଯାଇଛି ଯେ ନୂତନ ଡିଜାଇନ୍ ସହିତ ୫୦୦ ଟଙ୍କିଆରୁ ଲକ୍ଷାଧିକ ନୋଟ୍ ଗାଏବ୍ ହୋଇଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଆରବିଆଇର ପ୍ରିଣ୍ଟିଂ ପ୍ରେସ୍ ବେଙ୍ଗାଲୁରୁ, ଦେୱାସ୍ ଏବଂ ନାସିକ୍‌ଠାରେ ରହିଛି। ଆରବିଆଇ କହିଛି ଯେ ପ୍ରିଣ୍ଟିଂ ପ୍ରେସ୍ର ସୂଚନାକୁ ଭୁଲଭାବେ ବ୍ୟାଖ୍ୟା କରାଯାଇଛି। ଏହା ଜାଣିବା ଜରୁରୀ ଯେ ପ୍ରିଣ୍ଟିଂ ପ୍ରେସରେ ଯେକୌଣସି ନୋଟ୍ ପ୍ରିଣ୍ଟ୍ ହୁଏ, ସେଗୁଡ଼ିକ ସମ୍ପୂର୍ଣ୍ଣ ସୁରକ୍ଷିତ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.