ନକଲି ୱେବସାଇଟ ନେଇ ସତର୍କ କରାଇଲା ଜଳଶକ୍ତି ବିଭାଗ

Jun 26, 2023 - 12:36
Jun 28, 2023 - 12:36
 0  8
ନକଲି ୱେବସାଇଟ ନେଇ ସତର୍କ କରାଇଲା ଜଳଶକ୍ତି ବିଭାଗ
ନକଲି ୱେବସାଇଟ ନେଇ ସତର୍କ କରାଇଲା ଜଳଶକ୍ତି ବିଭାଗ

ନକଲି ୱେବସାଇଟ ନେଇ ସତର୍କ କରାଇଲା ଜଳଶକ୍ତି ବିଭାଗ
ଜାତୀୟ ଜଳ ସେଚନ ଓ ଜଳସମ୍ପଦ ପରିଷଦ ଅନ୍ତର୍ଗତ ପ୍ରଶାସନିକ ଅଧିକାରୀ ଓ ଅନ୍ୟାନ୍ୟ ପଦପଦବୀରେ ନିଯୁକ୍ତି ସୁଯୋଗ ସମ୍ପର୍କିତ ଏକ ନକଲି ଓ ଭ୍ରମାତ୍ମକ ୱେବସାଇଟ https://niwrb-gov.org ଘୂରି ବୁଲୁଛି । ଏ ସମ୍ପର୍କରେ ଜଳ ଶକ୍ତି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏହି ୱେବସାଇଟ https://niwrb-gov.org ନକଲି ଓ ଜାତୀୟ ଜଳସେଚନ ଓ ଜଳ ସମ୍ପଦ ପରିଷଦ ଭଳି କୌଣସି ସଂସ୍ଥା ବିଭାଗରେ ନାହିଁ ବୋଲି ଜଳ ଶକ୍ତି ମନ୍ତ୍ରାଳୟ ସ୍ପଷ୍ଟ କରିଛନ୍ତି । ନକଲି ୱେବସାଇଟ ବିରୋଧରେ ସାଇବର କ୍ରାଇମ ଅନଲାଇନ ପୋର୍ଟାଲରେ ଜୁନ 22ରେ ଅଭିଯୋଗ ପ୍ରଦାନ କରାଯାଇଛି । ଏହାସହିତ ଭାରତୀୟ କମ୍ପ୍ୟୁଟର ଜରୁରୀକାଳିନ ସହାୟତା ଦଳ (ସିଇଆରଟି-ଇନ)କୁ ଏହି ନକଲି ୱେବସାଇଟ ବ୍ଲକ କରିବା ସହ ୱେବସାଇଟ ମାଲିକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow