ଲାଞ୍ଚ ନେଇ ଧରାପଡିଲେ ଦୁଇ ମହିଳା ଅଧିକାରୀ

Jul 21, 2023 - 06:32
Jul 22, 2023 - 06:32
 0  6
ଲାଞ୍ଚ ନେଇ ଧରାପଡିଲେ ଦୁଇ ମହିଳା ଅଧିକାରୀ
ଲାଞ୍ଚ ନେଇ ଧରାପଡିଲେ ଦୁଇ ମହିଳା ଅଧିକାରୀ

ଲାଞ୍ଚ ନେଇ ଧରାପଡିଲେ ଦୁଇ ମହିଳା ଅଧିକାରୀ
ଲାଞ୍ଚ ନେଉଥିବା ବେଳେ ଦୁଇ ମହିଳା ଅଧିକାରୀଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟର ଜେଣ୍ଡର କୋ-ଅର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ ଓ ଅନ୍ୟ ଅଧିକାରୀ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ । ୟୁଟିଲାଇଜେସନ୍‌ ସାର୍ଟିଫିକେଟ୍‌ ଆଡ୍‌ଜେଷ୍ଟମେଣ୍ଟ ଓ କ୍ଲିଅରେନ୍ସ ସାର୍ଟିଫିକେଟ୍‌ ଇସ୍ୟୁ ପାଇଁ ସୋଲବନ୍ଧ ସ୍କୁଲର ପ୍ରଧାନ ଶିକ୍ଷକ ତଥା ପୂର୍ବତନ ହଷ୍ଟେଲ୍‌ ଇନ୍‌ଚାର୍ଜ ମିତ୍ରଭାନୁ ମାଝୀଙ୍କ ଠାରୁ ପୁଷ୍ପାଙ୍ଗିନୀ ଯୋଶୀ  ୩୧ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ପୁଷ୍ପାଙ୍ଗିନୀଙ୍କୁ ଅଟକ ରଖି ତାଙ୍କ ଠାରୁ କେମିକାଲ ବୋଳା ଟଙ୍କା ଜବତ କରିଥିଲେ । ଧରାପଡ଼ିବା ପରେ ପୁଷ୍ପାଙ୍ଗିନୀଙ୍କ ଅଫିସ ସମେତ ୩ ଗୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ସେହିପରି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କ ହାତରେ ଧରାପଡିଛନ୍ତି ।

What's Your Reaction?

like

dislike

love

funny

angry

sad

wow