ନକଲି ଡାକ୍ତର ଗିରଫ

Jul 17, 2023 - 07:38
Jul 18, 2023 - 07:39
 0  6
ନକଲି ଡାକ୍ତର ଗିରଫ
ନକଲି ଡାକ୍ତର ଗିରଫ

ନକଲି ଡାକ୍ତର ଗିରଫ
ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା ବାବୁଲ କ୍ଲିନିକରୁ ଦିଗପହଣ୍ଡି ପୁଲିସ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି ।  ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁର ବାସିନ୍ଦା ଏହି ନକଲି ଡାକ୍ତରଙ୍କ ସାନଖେମୁଣ୍ଡି ଓ କଟକର ରାଣୀହାଟରେ ଥିବା ଘରୋଇ କ୍ଲିନିକରେ ପୁଲିସ ଚଢାଉ କରିବା ସହ କଟକ ଭଡ଼ା ଘରେ ମଧ୍ୟ ତଦନ୍ତ କରିଛି । ନିଜକୁ ଦିଲ୍ଲୀ, ଭୁବନେଶ୍ୱର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଭିଜ୍ଞ ଡାକ୍ତର କହି ରୋଗୀ ଚିକିତ୍ସା ଜାରି ରଖିଥିଲେ ଶୁଭ୍ରଜିତ ପଣ୍ଡା । ପୂର୍ବରୁ ଫେବୃଆରୀ ୨୦୨୦ରେ ସେ ତେଲେଙ୍ଗାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲେ । ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ କହିଥିବା ବେଳେ ଡାକ୍ତର ସମ୍ମିଳନୀକୁ ଯାଇ ନିଜକୁ ଡାକ୍ତର କହିଥିବା ବେଳେ ଗିରଫ ହୋଇଥିଲେ । ପୁଲିସ ଶୁଭ୍ରଜିତ୍‌ଙ୍କ କାଗଜପତ୍ର ଯାଞ୍ଚ କରିବା ବେଳେ ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା । ନିଜେ ଡାକ୍ତର ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟଙ୍କୁ ଧରି ରୋଗୀ ଚିକିତ୍ସା କରୁଥିଲା ବୋଲି ଜଣାପଡ଼ିଛି ।

What's Your Reaction?

like

dislike

love

funny

angry

sad

wow