ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି: ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ

Sep 5, 2023 - 20:19
 0  9
ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି: ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ
ଓଡ଼ିଶୀ ନୃତ୍ୟ ସାଙ୍ଗକୁ ବେହେଲା ବାଦନର ଯୁଗଳବନ୍ଧି: ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ

ଭୁବନେଶ୍ୱର – ତା ୦୫.୦୯.୨୦୨୩ : ସୃଜନ - ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଏକ ଭବ୍ୟ ସମାରୋହରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଘାଟିତ ହୋଇଯାଇଅଛି।

ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଏହି ଉତ୍ସବ ଆୟୋଜନ କରାଯାଉଅଛି । ସୃଜନ ଦେଶର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଭାବରେ, ସୃଜନଶୀଳ ଶକ୍ତି ଏବଂ କଳାତ୍ମକ ପ୍ରୟାସକୁ ବଜାୟ ରଖିବାରେ ଏହାର ଭୂମିକାକୁ ସ୍ୱୀକୃତି ପ୍ରଦାନ କରୁଥିବାବେଳେ ଜନସାଧାରଣ ତଥା କଳା ଭ୍ରାତୃଭାବରେ ଏହାର ସାମାଜିକ ଦାୟିତ୍ୱ ସଦା ସର୍ବଦା ପୂରଣ କରିଆସୁଅଛି । ପୁରସ୍କାର ଉତ୍ସବର ଏହି ସଂସ୍କରଣରେ ପ୍ରତ୍ୟେକ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ଏକକ ନୃତ୍ୟ କାର୍ଯ୍ୟକ୍ରମ ଏବଂ ଦ୍ୱିତୀୟାର୍ଦ୍ଧରେ ଗାୟନ ଓ ଯନ୍ତ୍ର ସଙ୍ଗୀତ ପରିବେଷଣ କରାଯିବ ଯାହା ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ।

ଉତ୍ସବର ଉଦ୍‍ଘାଟନୀ ସନ୍ଧ୍ୟାରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡଃ) ବି.ଆର ଶର୍ମା; ପୂର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଏବଂ ଟାଟା ଷ୍ଟିଲ୍‍ ଅଥରିଟି ଅଫ୍‍ ଇଣ୍ଡିଆ ଲିମିଟେଡ଼୍‍ର ସ୍ୱାଧୀନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ଏମ୍‍.ଜି.ଏମ୍‍ ଖଣିଜ ପଦାର୍ଥର ନିର୍ଦ୍ଦେଶକ ଶ୍ରୀ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହେବା ସହିତ ସୃଜନମୂଳକ ବକ୍ତବ୍ୟ ରଖି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଉଦ୍‍ଘାଟନୀ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ ଥିଲା ଓଡ଼ିଶୀ ଏକକ ନୃତ୍ୟ ଯାହାକୁ ପରିବେଷଣ କରିଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସାଶ୍ୱତି ଗରାଇ ଘୋଷ । ସେ ପ୍ରଥମେ ଦେବୀ ମହାମାୟାଙ୍କୁ ପ୍ରାର୍ଥନା ପରେ ପରେ ଅଭିନୟ ଯାହା ଶ୍ରୀକୃଷ୍ଣକର୍ଣ୍ଣମୃତମ୍‍ରୁ ଉଦ୍ଧୃତ ଶ୍ଳୋକ ରାମ ନାମ ବଭୁବଃ ପରିବେଷଣ କରିଥିଲେ ଯାହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଶର୍ମିଲା ବିଶ୍ୱାସ । ତାଙ୍କୁ ବେହେଲାରେ ସୁରମଣୀ ରମେଶ ଚନ୍ଦ୍ର ଦାସ, ମର୍ଦ୍ଦଳରେ ବୁଦ୍ଧନାଥ ସ୍ୱାଇଁ, ବଂଶୀରେ ଶ୍ରୀନୀବାସ ଶତପଥୀ ଓ କଣ୍ଠରେ ରାଜେଶ କୁମାର ଲେଙ୍କା ସହଯୋଗ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଉପରେ ପର୍ଯ୍ୟବେସିତ ବେହେଲା ଯୁଗଳବନ୍ଧି ବାଦନ ଯାହାକୁ ପରିବେଷଣ କରିଥିଲେ ଲାଲ୍‍ଗୁଡ଼ି ଜି.ଜେ.ଆର୍‍ କ୍ରିଷ୍ଣନ୍ନ ଓ ଲାଲ୍‍ଗୁଡ଼ି ବିଜୟଲକ୍ଷ୍ମୀ ।

ସେମାନେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଉପରେ ଆଧାରିତ ବିଭିନ୍ନ ରାଗ ଓ ତାଳରେ ବେହେଲା ବାଦନ କରିଥିଲେ ଯାହା ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧିରଖିଥିଲା । ସେମାନଙ୍କୁ ମୃଦଙ୍ଗମ୍‍ରେ କୁଚିଭୋତ୍‍ଲା ସାଇ ଗିରିଧର ଓ କଞ୍ଜିରାରେ ଏସ୍‍. ସୁନିଲ କୁମାର ସହଯୋଗ କରିଥିଲେ । 

ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ କୁଶଳୀ ତଥା ଭିନ୍ନ ଆଲୋକ ପରିକଳ୍ପନା ଏବଂ ଶ୍ରୀ ସି. ଆନନ୍ଦ କୃଷ୍ଣଙ୍କ ନିରବିହୀନ ସାଉଣ୍ଡ ଇଞ୍ଜିନିୟରିଂ ଦ୍ୱାରା କଳାକାରମାନେ ତାଙ୍କର କଳା ପ୍ରଦର୍ଶନ କରିଥିଲେ । ଅନଲାଇନ୍ ଦର୍ଶକମାନେ ସୃଜନର ଫେସବୁକ୍ ପେଜ୍ ଏବଂ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମ୍ ଦେଖିପାରିବେ ।

ଏହି କାର୍ଯ୍ୟକ୍ରମରେ ଉଭୟ ମାନ୍ୟଗଣ୍ୟ ବ୍ୟକ୍ତି, ପ୍ରଭାବଶାଳୀ ନାଗରିକ, କଳା ଜଗତର ଜ୍ୟୋତିର୍ମୟ ଏବଂ ଭାରତ ତଥା ବିଦେଶର ଦର୍ଶକମାନେ ଯୋଗଦେଉଛନ୍ତି । ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

ଏହି ଉତ୍ସବର ଟାଇଟଲ୍ ପ୍ରଯୋଜକ ହେଉଛନ୍ତି ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (ଓଏମସି) । ୨୯ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରିଛନ୍ତି ।

ଏମ୍‍.ଜି.ଏମ୍‍ ମିନେରାଲ୍ସ ଏବଂ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ସ୍ୱର୍ଣ୍ଣ ପୃଷ୍ଠପୋଷକ ହୋଇଥିବାବେଳେ ଇମ୍ଫା, ପ୍ରିୟଦର୍ଶିନୀ ସିଲ୍କ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ମେଫେୟାର ହୋଟେଲ ଓ ରିସର୍ଟ, ସ୍ୱସ୍ଥି ଗ୍ରୁପ୍ ଅଫ୍ ହୋଟେଲ ଓ ରିସର୍ଟ ଏବଂ ରୋଏଲେ ମିଡଟାଉନ୍ ହୋଟେଲ ପ୍ରାୟୋଜିତ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।

What's Your Reaction?

like

dislike

love

funny

angry

sad

wow