ଭଗତ ସିଂହଙ୍କ ଚରିତ୍ରରେ ରାଜକୁମାର

Rajkummar Rao, Bhagat Singh , forthcoming film

Jul 3, 2023 - 15:07
 0  4
ଭଗତ ସିଂହଙ୍କ ଚରିତ୍ରରେ ରାଜକୁମାର

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରାଜ କୁମାର ରାଓ ସ୍ବାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ଚରିତ୍ରରେ ନଜର ଆସିବେ। ସେ ତାଙ୍କ ଦମ୍‌ଦାର ତଥା ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛନ୍ତି। ସେହିପରି ତାଙ୍କର ପ୍ରତ୍ୟେକ ଫିଲ୍ମକୁ ମିଳିପାରିଛି ଦର୍ଶକୀୟ ଆଦୃତି।ଅନ୍ୟପଟେ ରାଜକୁମାର ତାଙ୍କ ଫିଲ୍ମ କ୍ୟାରିୟର ଭିତରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ବେଳେ ଏବେ ଏଭଳି ଏକ ଦେଶଭକ୍ତ ଚରିତ୍ରରେ ଅଭିନୟ କରିବା ପାଇଁ ବେଶ୍ ଉତ୍ସାହିତ ଥିବା କହିଛନ୍ତି ରାଜକୁମାର। ଅବଶ୍ୟ ଏହି ପ୍ରୋଜେକ୍ଟ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।

ସେହିପରି ଫିଲ୍ମର ଲେଖକ ଭଗତ ସିଂହଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଗବେଷଣା ଜାରି ରଖିଛନ୍ତି। ଏପରିକି ଖୋଦ୍ ରାଜକୁମାର ମଧ୍ୟ ଲେଖକଙ୍କ ସହ ମିଶି ଏଥିରେ କାମ କରୁଛନ୍ତି। କାରଣ ଏହି ପ୍ରୋଜେକ୍ଟ ରାଜକୁମାରଙ୍କ ହୃହୟର ଖୁବ୍ ନିକଟତର। ଏକଦା ରାଜକୁମାର ଏକ ସାକ୍ଷାତକାରରେ କହିଥିଲେ, ସେ ଭଗତ ସିଂହଙ୍କଠାରୁ ଗଭୀର ଭାବେ ପ୍ରଭାବିତ। ତାଙ୍କ ଚରିତ୍ରକୁ ସେ ନିଜ ଶୈଳୀରେ ଅଭିନୟ କରିବାକୁ ଚାହାଁନ୍ତି। ସିନେମାଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାର ଯୋଜନା ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.