ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ

Jul 3, 2023 - 09:55
Jul 4, 2023 - 09:55
 0  6
ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ
ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ

ଏସ୍‌ସିବି ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କଲେ ୫ଟି ସଚିବ
ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜ (ଏସସିବି)ର ୫ଟି ଉପକ୍ରମରେ ସମ୍ପ୍ରସାରଣ କରି ଏମ୍ସ ପ୍ଲସ୍ ସୁବିଧା ପ୍ରଦାନ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ସମ୍ପ୍ରସାରଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ଟି ସଚିବ ଭି.କେ. ପାଣ୍ଡିଆନ କଟକ ବଡ ଡାକ୍ତରଖାନା ଗସ୍ତ କରିଥିଲେ । ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ବଜାୟ ରଖିବା ସହ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଆଲୋଚନା ହୋଇଥିଲା । ଏବେ ଚାରିଟି କ୍ଲିନିକାଲ ବ୍ଲକ ଓ ୧୩ଟି ଆବାସିକ ବ୍ଲକର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି କାମ ଡିସେମ୍ବର ସୁଦ୍ଧା ସାରିବା ପାଇଁ ୫ଟି ସଚିବ ପରାମର୍ଶ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow