ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ,  ସେପ୍ଟେମ୍ବର ୧୫ରୁ ସଚେତନତା ସୃଷ୍ଟି 

Aug 25, 2023 - 14:21
 0  11
ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ,  ସେପ୍ଟେମ୍ବର ୧୫ରୁ ସଚେତନତା ସୃଷ୍ଟି 
ଲୋକକଳା ସଂସାଧନ ସଭ୍ୟଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ,  ସେପ୍ଟେମ୍ବର ୧୫ରୁ ସଚେତନତା ସୃଷ୍ଟି 

ଭୁବନେଶ୍ବର: ଲୋକକଳା ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଜନସାଧାରଣରେ ସଚେତନତା ସୃଷ୍ଟି କରିବା ନିମନ୍ତେ ସ୍ଥାନୀୟ ଭଞ୍ଜକଳା ମଣ୍ତପରେ ଆୟୋଜିତ ରାଜ୍ୟସ୍ତରୀୟ ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଛି । ଉକ୍ତ ଉଦଯାପନୀ ଉତ୍ସବରେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ ଲୋକକଳାର ବିଷୟବସ୍ତୁ ଅତ୍ୟନ୍ତ ହୃଦୟସ୍ପର୍ଶୀ । ପାରମ୍ପରିକ ନାଚ ଓ ଗୀତର ପ୍ରାସଙ୍ଗିକତା ଏବେ ମଧ୍ୟ ସୁସ୍ପଷ୍ଟ । ଏହା ମାଧ୍ୟମରେ ସଚେତନତା ସୃଷ୍ଟି ସକାରତ୍ମକ ପ୍ରଭାବ ପକାଇବ ବୋଲି ସେ ଉଲ୍ଲେଖ କରିଥିଲେ । 

ସେହିଭଳି ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏ ଲୋକକଳାର ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ଥିବା କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସେପ୍ଟେମ୍ବର ମାସ ୧୫ ତାରିଖରୁ ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଲା, ଦାସକାଠିଆ, ଘୋଡାନାଚ ଏବଂ ସଂପୃକ୍ତ ଜିଲ୍ଲାର ଲୋକପ୍ରିୟ ଲୋକକଳା  ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । 

ଏଠାରୁ ପ୍ରଶିକ୍ଷଣ ନେଇ କଳାକାର ମାନେ ସଂପୃକ୍ତ ଜିଲ୍ଲାର ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବେ । ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରିବେ । ଉକ୍ତ ପ୍ରଶିକ୍ଷଣ ନେଇଥିବା ସଂସାଧନ ସଭ୍ୟ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ସହାୟତା ପ୍ରଦାନ କରାଯିବ । 

ଆଜିର କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ, ଉପ ସଭାପତି ମନ୍ମଥ ଶତପଥି, ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା କୃଷ୍ଣଚନ୍ଦ୍ର ନିଶଙ୍କ ଉପସ୍ଥିତ ଥିବାବେଳେ ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

What's Your Reaction?

like

dislike

love

funny

angry

sad

wow