ଛାତ୍ରର ଭବିଷ୍ୟ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ: ଉଚ୍ଚ ମାଧ୍ଯମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ୱେବିନାର୍ ସିରିଜ୍ ର ଶୁଭାରମ୍ଭ

Sep 5, 2023 - 19:45
 0  9
ଛାତ୍ରର ଭବିଷ୍ୟ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ: ଉଚ୍ଚ ମାଧ୍ଯମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ୱେବିନାର୍ ସିରିଜ୍ ର ଶୁଭାରମ୍ଭ
ଛାତ୍ରର ଭବିଷ୍ୟ ଗଠନରେ ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ: ଉଚ୍ଚ ମାଧ୍ଯମିକ ଛାତ୍ରଛାତ୍ରୀଙ୍କ ନିମନ୍ତେ ୱେବିନାର୍ ସିରିଜ୍ ର ଶୁଭାରମ୍ଭ

ଭୁବନେଶ୍ବର : ପବିତ୍ର ଗୁରୁ ଦିବସ ଅବସରରେ ଉଚ୍ଚ ମାଧ୍ଯମିକ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ କ୍ୟାରିଅର୍ ୱେବିନାର୍ ସିରିଜ୍ ର ଶୁଭାରମ୍ଭ।

ପବିତ୍ର ଗୁରୁଦିବସ ଅବସରରେ ଉଚ୍ଚ ମାଧ୍ଯମିକ ଶିକ୍ଷା ନିର୍ଦେଶାଳୟ ଓ ୟୁନିସେଫର ମିଳିତ ପ୍ରୟାସରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରସଙ୍ଗରେ ୱେବିନାର ସିରିଜର ଶୁଭାରମ୍ଭ ହୋଇଛି . ଏହିକାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାର ଏକ ଘଣ୍ଟା ପାଇଁ ରଖାଯାଇଛି।

ଏଥିରେ ବିଭିନ୍ନ ପ୍ରସଙ୍ଗରେ ଯଥା ବୃତ୍ତି ସମ୍ବନ୍ଧୀୟ ବିଭିନ୍ନ ଆଲୋଚନା
, Communication Skill, Reading Habit, Cyber Security, 21st Century skill ଆଦି ପ୍ରସଙ୍ଗରେ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଖ୍ୟାତନାମା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଦିଗଦର୍ଶନ  ଦେବାର କାର୍ଯ୍ୟକ୍ରମ ରହିଛି।

ଆଜିର ଉଦଘାଟନୀ ଦିବସରେ " ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ କ୍ୟାରିଅର ଗଠନରେ ଶିକ୍ଷକଙ୍କର ଭୂମିକାପ୍ରସଙ୍ଗରେ ବିଷଦ ଆଲୋଚନା ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଗୁରୁଦିବସର ଶୁଭେଛା ଜଣାଇବା ସହ ଶିକ୍ଷକତା ପେସାରେ ନିଜ ନିଜର ଉତ୍କୃଷ୍ଟତା ପ୍ରତିପାଦନ କରିବା ପାଇଁ ଆହ୍ଵାନ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ ଏପରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଏଦିଗରେ ଶିକ୍ଷକ ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ଛାତ୍ରଙ୍କ ଭବିଷ୍ୟ ଗଠନରେ ଶିକ୍ଷକର ମାର୍ଗଦର୍ଶନ ବେଶ ଗୁରୁତ୍ୱପୂର୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । 

ପ୍ରାରମ୍ଭରେ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସନାତନ ପଣ୍ଡା ସ୍ଵାଗତ ଅଭିବାଦନ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଗୁରୁଦିବସର ଶୁଭେଛା  କାର୍ଯ୍ୟକ୍ରମ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଡ ପଣ୍ଡାଙ୍କ ରଚିତ "ମୋ ଗୁରୁ ମୋ ଈଶ୍ୱର " ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

ଆଜିର ଅତିଥି ଯଶୋବନ୍ତ ସିଙ୍ଘଲାଲ, ନିର୍ଦ୍ଦେଶକ, ଆଇଡେଣ୍ଟିଟି ଫାଉଣ୍ଡେଶନ ଶୀର୍ଷକ ସମ୍ବନ୍ଧରେ ସାବଲୀଳ ଉପସ୍ଥାପନା ସହ ଛାତ୍ରଛାତ୍ରୀମାନଙ୍କର ମତାମତ ଗ୍ରହଣ କରିଥିଲେ। ଶିକ୍ଷକତା ବୃତ୍ତିରେ କ୍ଯାରିଅର ଗଢିବା ପାଇଁ କେଉଁ ଉପାୟ ଅବଲମ୍ବନ କରିବେ ସେ ବିଷୟରେ ବିଶଦ ଆଲୋଚନା କରିଥିଲେ। ୟୁନିସେଫ ର ଏଜୁକେସନ  ବିଶେଷଜ୍ଞ ଲଳିତା ପଟ୍ଟନାୟକ ବୃତ୍ତି ସମ୍ବନ୍ଧୀୟ ଦିଗଦର୍ଶନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ୫0 ଟି ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ୨୩୦ ଧନ୍ଦାମୂଳକ ଓ ୧୧୦ ସରକାରୀ ଉନ୍ନିତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ବିଭାଗର ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ଭାଟ୍ଟିଗାଁ, ନବରଙ୍ଗପୁର ଉନ୍ନୀତ ଊଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ଲକ୍ଷ୍ମୀକାନ୍ତ ତନ୍ତୀ ଗୁରୁଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଉପାଦେୟତା ସମ୍ବନ୍ଧରେ ନିଜର ମତାମତ ପ୍ରଦାନ କରିଥିଲେ। କୁଞ୍ଚୁରୁ ଗଂଜାମ ସରକାରୀ ଉନ୍ନିତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ ପାଣିଗ୍ରାହୀ ଏପରି ଅଭିନବ କାର୍ଯ୍ୟକ୍ରମ ପାଇଁ ବିଭାଗକୁ କୃତଜ୍ଞତା ଜଣାଇଥିଲେ ।

ପରିଶେଷରେ କୁନି କଣ୍ଠରେ ଗୁରୁବନ୍ଦନା ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉପନିର୍ଦେଶକ ପ୍ରଫେସର ଡ଼କ୍ଟର ତିଲୋତ୍ତମା ସେନାପତି ପରିଚାଳନା କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସହକାରୀ  ନିର୍ଦ୍ଦେଶିକା ସୁନନ୍ଦା ମେକାପ ପରବର୍ତ୍ତୀ ୱେବିନାର ବିଷୟରେ ସୂଚନା ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow