ଖଣି କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଉତ୍କର୍ଷ କେନ୍ଦ୍ର 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ନିର୍ମାଣ ପାଇଁ ଏମଓୟୁ ସ୍ୱାକ୍ଷରିତ

Aug 22, 2023 - 10:55
 0  10
ଖଣି କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଉତ୍କର୍ଷ କେନ୍ଦ୍ର 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ନିର୍ମାଣ ପାଇଁ ଏମଓୟୁ ସ୍ୱାକ୍ଷରିତ
ଖଣି କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଉତ୍କର୍ଷ କେନ୍ଦ୍ର 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ନିର୍ମାଣ ପାଇଁ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର , ୨୨.୮: ଓଡ଼ିଶା ସରକାରଙ୍କ  ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ୍ ଘଡାଇଙ୍କ ମାର୍ଗଦର୍ଶନ ଅନୁଯାୟୀ ଓଡିଶା ରାଜ୍ୟର ଖଣି କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଉତ୍କର୍ଷ କେନ୍ଦ୍ର ନିର୍ମାଣ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। ଓଡିଶା ସ୍କିଲ ଢଡେଭଲପମେଣ୍ଟ ଅଥରିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରେଘୁ ଜୀ ଏବଂ ଏସ ସିଏମଏସର ସିଇଓ ଶ୍ରୀ ସଞ୍ଜୟ ଶର୍ମାଙ୍କ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହେଇଥିଲା।

ଅଲକା ମିଶ୍ର ଅଧ୍ୟକ୍ଷ, OSDA ଏବଂ ପଙ୍କଜ କୁମାର ସତୀଜା, ଏମଡି ଟାଟା ଷ୍ଟିଲ ମାଇନିଂ ଲିମିଟେଡ ତଥା ଚେୟାରମ୍ୟାନ୍, ଖଣି କ୍ଷେତ୍ର ପାଇଁ ସ୍କିଲ୍ କାଉନସିଲ୍ ଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା I ଏହି ଏମଓୟୁ ଏବଂ ପୋଷ୍ଟ ମାଧ୍ୟମରେ ଜିଲ୍ଲା ଜ୍ଞାନ କୌଶଳ ଭିତ୍ତିଭୂମି ସର୍ବେକ୍ଷଣ ଏବଂ ଖଣି କ୍ଷେତ୍ର ପାଇଁ ଅଧିକ ଚାହିଦା ଅନୁଯାୟୀ ଭବିଷ୍ୟତର କୌଶଳ ତଥା ଓଡିଶାର ଖଣି କ୍ଷେତ୍ର ପାଇଁ ଏକ ଅତ୍ୟାଧୁନିକ 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ଯେଉଁଠାରେ ସ୍ଥାନୀୟ ପ୍ରକଳ୍ପ ପ୍ରଭାବିତ ବ୍ୟକ୍ତିଙ୍କୁ ଖଣି ଶିଳ୍ପଗୁଡିକର ସହଯୋଗରେ ସ୍ୱଳ୍ପକାଳୀନ ତାଲିମ (STT) ମଡ୍ୟୁଲ୍ ମାଧ୍ୟମରେ ଲାଭଜନକ ନିଯୁକ୍ତି ପାଇଁ ତାଲିମ ଦିଆଯିବ |

ଭାରତ ତଥା ବିଦେଶ ମଧ୍ୟରେ ବିଶ୍ବସ୍ତରୀୟ ତାଲିମ ଭାଗୀଦାରୀ / ବିଶ୍ୱବିଦ୍ୟାଳୟ / ଏକାଡେମିକ୍ ଅନୁଷ୍ଠାନ ମାନଙ୍କ ସହବନ୍ଧନରେ  ତାଲିମପ୍ରାପ୍ତ ଏବଂ ସ୍ବିକୃତିପ୍ରାପ୍ତ ପ୍ରାର୍ଥୀମାନଙ୍କୁ ବିଶ୍ବସ୍ତରରେ  ସ୍ଥାନିତ ପାଇଁ ଏକ ପ୍ରମୁଖ କ୍ଷେତ୍ର ହେବ |  ଏହା ବ୍ୟତୀତ,ଶିଳ୍ପ କ୍ଷେତ୍ରର ଆବଶ୍ୟକତା ଅନୁଯାୟୀ ଚାହିଦା ମୁତାବକ ସେବା ତଥା ବୈଷୟିକ ସମାଧାନ କ୍ଷେତ୍ରରେ  DTET, ଓଡିଶା ସହିତ ପରାମର୍ଶର ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ମଧ୍ୟ ଏକ ଏଜେଣ୍ଡା ଭାବେ ଏମଓୟୀରେ ସ୍ଥାନ ପାଇଛି |

What's Your Reaction?

like

dislike

love

funny

angry

sad

wow