୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

Aug 8, 2023 - 11:20
Aug 9, 2023 - 11:20
 0  6
୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା

୭ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
ଦେଶର ଛଅଟି ରାଜ୍ୟର ୭ ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ତାରିଖ ଘୋଷଣା ହୋଇଛି । ଏହି ରାଜ୍ୟଗୁଡ଼ିକ ହେଲା ଝାଡ଼ଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ । ଏହି ରାଜ୍ୟଗୁଡିକରେ ସେପ୍ଟେମ୍ବର ୫ରେ ମତଦାନ ଓ ସେପ୍ଟେମ୍ବର ୮ରେ ଫଳାଫଳ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଛଅଟି ରାଜ୍ୟ ମଧ୍ୟରୁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡରେ ଗୋଟିଏ ଲେଖାଏଁ ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ତ୍ରିପୁରାର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହେବ । ଉପନିର୍ବାଚନ ପାଇଁ ଅଗଷ୍ଟ ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଅଗଷ୍ଟ ୧୭ ରହିଥିବା ବେଳେ ପ୍ରତ୍ୟାହାରର ଶେଷ ତାରିଖ ଅଗଷ୍ଟ ୨୧ ରହିଛି । ସେପ୍ଟେମ୍ବର ୫ରେ ଭୋଟ୍ ଗ୍ରହଣ ଏବଂ ସେପ୍ଟେମ୍ବର ୮ରେ ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶିତ ହେବ ।

What's Your Reaction?

like

dislike

love

funny

angry

sad

wow