ସ୍କୁଲ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

Aug 8, 2023 - 11:14
Aug 9, 2023 - 11:14
 0  5
ସ୍କୁଲ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ
ସ୍କୁଲ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ

ସ୍କୁଲ ନାମଲେଖା ପାଇଁ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ
ରାଜ୍ୟର ଯେକୌଣସି ସ୍କୁଲରେ ନାମ ଲେଖାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ । ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜିଲ୍ଲାଗୁଡିକର ଶିକ୍ଷାଧିକାରୀଙ୍କୁ ଗଣଶିକ୍ଷା ସଚିବ ଅଶ୍ୱଥି ଏସ ଚିଠି ଲେଖି ଜଣାଇଛନ୍ତି । ଆଧାରକାର୍ଡ ନଥିଲେ ବି ଛାତ୍ରଛାତ୍ରୀମାନେ ସ୍କୁଲରେ ନାମ ଲେଖାଇ ପାରିବେ । ନାମଲେଖା ପରେ ଛାତ୍ରଛାତ୍ରୀ ଆଧାର ପ୍ରସ୍ତୁତ କରି ଜମା କରିପାରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି । ସୂଚନାଯୋଗ୍ୟ, ଶିକ୍ଷାବର୍ଷ ଆରମ୍ଭ ହୋଇ ସାରିଥିବା ବେଳେ କିଛି ଶିକ୍ଷାନୁଷ୍ଠାନରେ ନାମଲେଖା ଜାରି ରହିଛି। ନାମଲେଖାକୁ ସହଜ ଓ ସରଳ କରିବା ଲାଗି ପୂର୍ବରୁ ନିର୍ଦ୍ଦେଶ ଦିଆ ଯାଇଥିଲା । କେତେକ ବିଦ୍ୟାଳୟରେ ନାମଲେଖା ବେଳେ ଆଧାରକାର୍ଡ ମଗାଯାଉଛି । ତେବେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ବିଭାଗୀୟ ସଚିବଙ୍କ ଚିଠିରୁ ସ୍ପଷ୍ଟ ହୋଇଛି ।

What's Your Reaction?

like

dislike

love

funny

angry

sad

wow