ମନ୍ତ୍ରୀଙ୍କ ପରେ ବଦଳିଲେ ସଚିବ

Jun 9, 2023 - 02:37
Jun 10, 2023 - 02:37
 0  397
ମନ୍ତ୍ରୀଙ୍କ ପରେ ବଦଳିଲେ ସଚିବ
ମନ୍ତ୍ରୀଙ୍କ ପରେ ବଦଳିଲେ ସଚିବ

ମନ୍ତ୍ରୀଙ୍କ ପରେ ବଦଳିଲେ ସଚିବ
ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାର କିଛି ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଉଚ୍ଚ ଶିକ୍ଷା ସଚିବଙ୍କୁ ମଧ୍ୟ ବଦଳି କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବିଷ୍ଣୁପଦ ସେଠୀଙ୍କୁ ବଦଳି କରି ସାଧାରଣ ପ୍ରଶାସନ ବିଭାଗର ଓଏସଡି(ଅଫିସର ଅନ ସ୍ପେଶାଲ ଡ୍ୟୁଟି) ଭାବେ ଅବସ୍ଥାପିତ କରାଯାଇଛି । ଵିଷ୍ଣୁପଦଙ୍କ ସ୍ଥାନରେ ସମାଜ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି । ସେହିପରି ଅତିରିକ୍ତ ଭାବେ ଓଏଚପିସିର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିବା ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ କୁମାର ଦେବଙ୍କୁ ଓଏଚପିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଭାର ପ୍ରଦାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow