ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଚେତାବନୀ ଦେଲେ ଭାରତୀୟ ନିର୍ବାଚନ କମିଶନ

election-commission, regional-parties

Jun 5, 2023 - 06:23
 0  442
ଜାତୀୟ ଓ ଆଞ୍ଚଳିକ ଦଳଗୁଡିକୁ ଚେତାବନୀ ଦେଲେ ଭାରତୀୟ ନିର୍ବାଚନ କମିଶନ

କର୍ଣ୍ଣାଟକ ବିଧାନସଭା ପାଇଁ ହେଉଥିବା ନିର୍ବାଚନ ପ୍ରଚାର ବେଳେ ନିମ୍ନମାନର ଭାଷା, ଅଶାଳୀନ ମନ୍ତବ୍ୟ ଓ ଟିପ୍ପଣୀ ପ୍ରୟୋଗ କରାଯାଉଥିବାରୁ ଭାରତୀୟ ନିର୍ବାଚନ କମିଶନ ସମସ୍ତ ଜାତୀୟ, ଆଞ୍ଚଳିକ ଦଳ ଓ ପ୍ରାର୍ଥୀମାନଙ୍କୁ ଚେତାବନୀ ଦେଇଛନ୍ତି । ପ୍ରଚାର ବେଳେ ନିଜ ଭାଷଣରେ ସତର୍କତା ଓ ସଂଯମ ବଜାୟ ରଖିବା ସହ ନିର୍ବାଚନୀ ବାତାବରଣ ଖରାପ ନକରିବାକୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି । ଷ୍ଟାର ପ୍ରଚାରକ ଭାବେ ଯୋଗ ଦେଇଥିବା ବିଭିନ୍ନ ଦଳର କିଛି ନେତା ନିକଟରେ ଅନୁଚିତ ଶବ୍ଦାବଳୀ ଓ ଭାଷା ପ୍ରୟୋଗ କରିଥିବା କମିଶନଙ୍କ ଦୃଷ୍ଟିଗୋଚର ହୋଇଛି । କମିଶନଙ୍କ ପକ୍ଷରୁ କୁହାଯାଇଛି ସମସ୍ତ ଦଳ ଓ ହିତାଧିକାରୀମାନେ ନିର୍ବାଚନ ପ୍ରଚାର ବେଳେ ଆଦର୍ଶ ଆଚରଣ ସଂହିତା ପାଳନ କରିବା ସହ ସଂଯମତାର ସହ ବୟାନ ଦେବା ଉଚିତ । ଏହାଦ୍ୱାରା ରାଜନୈତିକ ବାର୍ତ୍ତାଳାପର ଗରିମା ବଜାୟ ରହିପାରିବ ଓ ନିର୍ବାଚନୀ ପରିବେଶ ଖରାପ ହେବ ନାହିଁ । ପ୍ରସଙ୍ଗ ଆଧାରିତ ପ୍ରଚାର କରିବାକୁ ପରାମର୍ଶ ଦେବା ସହ ହିଂସାଉଦ୍ରେକକାରୀ ଭାଷଣ, ଅଶାଳୀନ ମନ୍ତବ୍ୟ, ଅପମାନଜନକ ଭାଷା, ବ୍ୟକ୍ତିଗତ ଚରିତ୍ର ସଂହାର ନକରିବାକୁ ଚେତାବନୀ ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow