ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ ପ୍ରଦାନ କରିଛନ୍ତି ।

Jun 5, 2023 - 06:19
 0  426
ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର

ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ ପ୍ରଦାନ କରିଛନ୍ତି । ସମୁଦାୟ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ୭୫ ଲକ୍ଷ ଟଙ୍କା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠ ବିକାଶ ପାଇଁ ବିନିଯୋଗ କରାଯିବ । ଆଉ ୭୫ ଲକ୍ଷ ଟଙ୍କାରେ ଧ୍ୟାନ କେନ୍ଦ୍ର ନିର୍ମାଣ ହେବ । କାପିବୁରୁର ପାଚେରୀ ଓ ସଂଯୋଗ ରାସ୍ତାର ବିକାଶ ପାଇଁ ୩ କୋଟି ଟଙ୍କା, ଅଡିଟୋରିମ ଓ ଗବେଷଣା କେନ୍ଦ୍ର ପାଇଁ ୨ କୋଟି ଟଙ୍କା, ଡର୍ମିଟୋରୀ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧କୋଟି ଟଙ୍କା, କାପିବୁରୁରେ ସୌନ୍ଦର୍ଯ୍ୟକରଣ ଓ ସ୍ୱାଗତ କେନ୍ଦ୍ର ନିର୍ମାଣ ପାଇଁ ୭୦ଲକ୍ଷ ଟଙ୍କା, ଦାଣ୍ଡବୋଷ, ବିଦୁ ଚନ୍ଦାନ ବିକାଶ ଓ ମାରାଙ୍ଗ-ଆହାରା ପୁଷ୍କରିଣୀର ବିକାଶ ପାଇଁ ୧ କୋଟି ଟଙ୍କା, ପାନୀୟ ଜଳ ପ୍ରକଳ୍ପ ଏବଂ ବିଦ୍ୟୁତକରଣ ପାଇଁ ୮୦ଲକ୍ଷ ଟଙ୍କା ବିନିଯୋଗ କରାଯିବ । ଏ ସମସ୍ତ କାର୍ଯ୍ୟ ପାଞ୍ଚଟି ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ହେବ ।

What's Your Reaction?

like

dislike

love

funny

angry

sad

wow