୨୬ ଦଳଙ୍କୁ ନେଇ ବିରୋଧୀଙ୍କ ନୂଆ ମେଣ୍ଟ I.N.D.I.A  ‘ଟ୍ୟାଗ୍‌ଲାଇନ୍‌’— ‘ଜିତେଗା ଭାରତ୍‌’

Jul 19, 2023 - 18:32
 0  4
୨୬ ଦଳଙ୍କୁ ନେଇ ବିରୋଧୀଙ୍କ ନୂଆ ମେଣ୍ଟ I.N.D.I.A  ‘ଟ୍ୟାଗ୍‌ଲାଇନ୍‌’— ‘ଜିତେଗା ଭାରତ୍‌’

୨୬ ଦଳଙ୍କୁ ନେଇ ବିରୋଧୀଙ୍କ ନୂଆ ମେଣ୍ଟ I.N.D.I.A  ‘ଟ୍ୟାଗ୍‌ଲାଇନ୍‌’— ‘ଜିତେଗା ଭାରତ୍‌’

୨୬ ମିଳିତ ବିରୋଧୀଙ୍କ ବେଙ୍ଗଳୁରୁ ବୈଠକରେ ମେଣ୍ଟର ନୂଆ ନାଁ ରଖାଯାଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ। ୨୪ ନିର୍ବାଚନରେ ବିରୋଧୀଙ୍କ ପିଏମ୍ ଚେହେରା କିଏ ହେବ, ସେ ନେଇ ଏହି ବୈଠକରେ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ, କଂଗ୍ରେସ ପ୍ରଧାନମନ୍ତ୍ରୀ ଆସନ ପାଇଁ ଆଗ୍ରହୀ ନୁହେଁ ବୋଲି କାଳେ ସ୍ପଷ୍ଟ କରିଛନ୍ତି ସଭାପତି ଖାଡ଼ଗେ। ୪ରେ ଏନ୍‌ଡିଏ ବନାମ୍ ଇଣ୍ଡିଆ ଲଢ଼େଇ । ଗୋଟିଏ ପଟେ ୩୮ ଦଳଙ୍କୁ ନେଇ ବଳିୟାନ୍ ଏନ୍‌ଡିଏ ଅନ୍ୟପଟେ ବିରୋଧୀଙ୍କ ସ୍ପେଶାଲ୍-୨୬ ମହାମେଣ୍ଟ । ଗତକାଲି ଠାରୁ ୨୬ଟି ବିରୋଧୀ ଦଳଙ୍କୁ ନେଇ ବେଙ୍ଗଳୁରୁରେ ଚାଲିଥିବା ମାନସମନ୍ଥନରୁ ଆଜି ନିଷ୍କର୍ସ ବାହାରିଛି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ମାତ୍ ଦେବାକୁ ନିଜର ନବକଳେବର କରିଛି ୟୁପିଏ। ନୂଆ ନାଁ ଦେଇଛି ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ ବା ଇଣ୍ଡିଆ ।

ବହୁ ବିଚାର ଆଲୋଚନା ପରେ ଗତ ବିଳମ୍ବିତ ରାତ୍ରରେ ‘ଜିତେଗା ଭାରତ୍‌’ (ଭାରତ ଜିତିବ) ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କେତେଗୁଡ଼ିଏ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ‘ଟ୍ୟାଗ୍‌ଲାଇନ୍‌’ ବ୍ୟବହାର କରାଯିବ। ୨୬ ବିରୋଧୀ ଦଳ ମେଣ୍ଟର ନାଁ ‘ଆଇ.ଏନ୍‌.ଡି.ଆଇ.ଏ. (ଇଣ୍ଡିଆନ୍‌ ନ୍ୟାସ୍‌ନାଲ୍‌ ଡେଭ୍‌ଲପ୍‌ମେଣ୍ଟାଲ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍‌ସ୍‌) ରଖିବାକୁ ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ୨ଦିନିଆ କନ୍‌କ୍ଲେଭ୍‌ରେ ବିରୋଧୀ ଦଳର ନେତାମାନେ ସ୍ଥିର କରିଥିଲେ। ମେଣ୍ଟର ନାଁ ‘ଭାରତ’କୁ ପ୍ରଦର୍ଶନ କରିବା ଉଚିତ ବୋଲି ସେମାନେ ଚିନ୍ତା କରିଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.