ଦେଓମାଳି ଶିଖରରେ କଟେଜ ନିର୍ମାଣ : ଏନଜିଟିରେ ପହଞ୍ଚିଲା ମାମଲା

Jul 19, 2023 - 18:11
 0  3
ଦେଓମାଳି ଶିଖରରେ କଟେଜ ନିର୍ମାଣ : ଏନଜିଟିରେ   ପହଞ୍ଚିଲା ମାମଲା

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡୁଆ ବଢିଛି | ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟି ବା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ଦାୟର ହୋଇଛି | ଆଉ ଏହାପରେ ଏନଜିଟି ପକ୍ଷରୁ ରାଜ୍ୟ ବନ ବିଭାଗ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀଙ୍କୁ ନୋଟିସ ଦିଆଯାଇଛି | ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅଗଷ୍ଟ ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏଠାରେ ଅନେକ ବିରଳ ପ୍ରଜାତିର ଉଦ୍ଭିଦ ଓ ପ୍ରାଣୀ ସମେତ ୮୪ ପ୍ରକାର ଔଷଧିୟ ବୃକ୍ଷ ରହିଛି । ତେଣୁ ଏଠାରେ କଂଙ୍କ୍ରିଟ ନିର୍ମାଣ କଲେ ଜୈବ ବିବିଧତା ନଷ୍ଟ ହେବାର ଆଶଙ୍କା ଅଛି । 

ବାସ୍ତବରେ ଗତବର୍ଷ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦେଓମାଳୀ ଗସ୍ତରେ ଯାଇଥିଲେ। ସେଠାକାର ମହିଳାଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ମଜଭୁତ କରିବାକୁ ସବୁ ପ୍ରୟାସ କରାଯିବ ଓ ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ପାଲଟିବ ବୋଲି କହିଥିଲେ। ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବଡ଼ ଘୋଷଣା କରିଥିଲେ। ଦେଓମାଳିରେ ହୋଟେଲ ନିର୍ମାଣ ସହ ଇକୋ ଟୁରିଜିମ୍‌ କଟେଜ୍‌ ନିର୍ମାଣ କରାଯିବ ଓ ଏହାର ସଂପୂର୍ଣ୍ଣ ଦାୟିତ୍ବ ଏସ୍‌ଏଚ୍‌ଜିକୁ ଦିଆଯିବ ଏବଂ ତାହାର ତଦାରଖ ମହିଳାମାନେ କରିବେ ବୋଲି କହିଥିଲେ। ଦେଓମାଳୀ ପର୍ବତ ଶିଖରକୁ ଯାଇ ଇକୋ ଟୁରିଜିମ୍‌ କଟେଜ୍‌ ନିମନ୍ତେ କେତେକ ସ୍ଥାନରେ ଜମି ଚିହ୍ନଟ କରିଥିଲେ। ଯାହାକୁ ନେଇ ଏବେ ଏନଜିଟିରେ ମାମଲା ଦାୟର ହୋଇଛି। ଅଗଷ୍ଟ ୨୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ଅଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.