୧୪ ତମ ଥାଇ ବକ୍ସିଙ୍ଗ ଚାମ୍ପିୟାନସିପ ଉଦଯାପିତ: ଓଡିଶା ଦଳଗତ ଚାମ୍ପିୟନ, ମହାରାଷ୍ଟ୍ର ପ୍ରଥମ ଓ ବିହାର ଦ୍ଵିତୀୟ ରନର୍ସଅପ

Aug 29, 2023 - 11:13
 0  6
୧୪ ତମ ଥାଇ ବକ୍ସିଙ୍ଗ ଚାମ୍ପିୟାନସିପ ଉଦଯାପିତ: ଓଡିଶା ଦଳଗତ ଚାମ୍ପିୟନ, ମହାରାଷ୍ଟ୍ର ପ୍ରଥମ ଓ ବିହାର ଦ୍ଵିତୀୟ ରନର୍ସଅପ

ଭୁବନେଶ୍ୱର: ଅଗଷ୍ଟ ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ପୋଖରୀପୁଟ ସ୍ଥିତ ରାଜ୍ୟ ଜବାହର ବାଲ ଭବନ ଠାରେ ଚାଲିଥିବା ୧୪ ତମ ଜାତୀୟ ଥାଇ ବକ୍ସିଙ୍ଗ ଚାମ୍ପିୟାନସିପ ଉଦଯାପିତ ହୋଇଯାଇଛି l   ଦଳଗତ ବର୍ଗ ରେ ଓଡିଶା ଚାମ୍ପିୟନ, ମହାରାଷ୍ଟ୍ର ପ୍ରଥମ ଓ ବିହାର ଦ୍ଵିତୀୟ ରନର୍ସ ଅପ ହୋଇଥିଲା l

ତିନି ଦିନ ଧରି ଚାଲିଥିବା  ଏହି ଜାତୀୟ  ଚାମ୍ପିୟାନସିପରେ   ବିଭିନ୍ନ ବର୍ଗର ପ୍ରାୟ ୧୭ ଟି ରାଜ୍ୟର ୫୪୦ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ l l ଜାତୀୟ ଥାଇ ବକ୍ସିଙ୍ଗ ଫେଡେରେସନ ଦ୍ୱାରା ଆୟୋଜିତ ଏବଂ ରାଜ୍ୟ ଥାଇ ବକ୍ସିଙ୍ଗ ଆସୋସିଏସନ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମ ରାଜ୍ୟ ଜବାହାର ବାଲ ଭବନ ଦ୍ୱାରା ସମ୍ପାଦନ କରାଯାଇଥିଲା l 

ଉଣେଇଶ ବର୍ଷରୁ କମ 48kg ପୁରୁଷ ବର୍ଗ ରେ ମଧ୍ୟ ପ୍ରଦେଶର ହର୍ଷିତ ଗୁପ୍ତା ସ୍ଵର୍ଣ ପଦକ,75 kg ବର୍ଗ ରେ ଓଡିଶା ର ରାଜବୀର ପାତ୍ର ସ୍ଵର୍ଣ, 12 ବର୍ଷ ରୁ କମ 28 kg ମହିଳା ବର୍ଗ ରେ ମହାରାଷ୍ଟ୍ର ର ସୂରବାୟ ପାୱାର ସ୍ଵର୍ଣ, 32 kg ମହିଳା ବର୍ଗ ରେ ଓଡିଶା ର ବାଗ୍ମୀ ପ୍ରଧାନ ସ୍ଵର୍ଣ,36kg ମହିଳା ବର୍ଗ ରେ ମହାରାଷ୍ଟ୍ର ର ଈଶ୍ୱରୀ କାମ୍ବଲି ସ୍ଵର୍ଣ ଏହି ଭଳି 110 ଟି ବର୍ଗ ରେ ପ୍ରତିଯୋଗୀ ମାନେ ପଦକ ଜିତିଥିଲେ l

ଉଦଯାପନି  ତଥା ଟ୍ରଫି ପ୍ରଦାନ ଉତ୍ସବରେ ଜାତୀୟ ଥାଇ ବକ୍ସିଙ୍ଗ ଫେଡେରେସନ ସଭାପତି ଡ଼ଃ କୁଲଦୀପ ସୁମନସ୍କାର, ସମ୍ପାଦକ ରବୀନ୍ଦ୍ର ସିଂ, ଓଡିଶା ଥାଇ ବକ୍ସିଙ୍ଗ ଆସୋସିଏସନ ସମ୍ପାଦକ ଶୁଭେନ୍ଦୁ ସାମନ୍ତରାୟ,ଜବାହର ବାଲ ଭବନ, ସମ୍ପାଦକ ସ୍ୱପ୍ନେନ୍ଦୁ ସାମନ୍ତରାୟ,ଉପସଭାପତି ଭୁମୋହନ ପଟନାୟକ, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ ଏହି ଜାତୀୟ ଚାମ୍ପିୟାନସିପିର  ଯୋଗଦେଇ  କୃତି ଦଳ ଓ ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ l

ଅଗଷ୍ଟ ୨୫ ତାରିଖ ଅପରାହ୍ନ ୫ ଟାରେ ଏକ ବର୍ଣ୍ଣlଢ୍ୟ ଉଦ୍ଘାଟନୀ ସମାରୋହ ସହିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା l ଉଦ୍ଘାଟନୀ ଉତ୍ସବରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପ୍ଲାନେଟାରିଏମ ନିର୍ଦେଶକ ଶୁଭେନ୍ଦୁ ପଟନାୟକ, ଜାତୀୟ ଥାଇ ବକ୍ସିଙ୍ଗ ଫେଡେରେସନ ସଭାପତି କୁଲଦୀପ ସୁମନସ୍କର, ସମ୍ପାଦକ ରବୀନ୍ଦ୍ର ସିଂ ଆଦି ଯୋଗଦେଇ ମଶାଲ ଜାଳି ଶୁଭାରମ୍ଭ କରିଥିଲେ l

What's Your Reaction?

like

dislike

love

funny

angry

sad

wow