ଭାରତରେ ଲଞ୍ଚ ହେବ ଇଥାନଲ (ଜୈବ ଇନ୍ଧନ) କାର

Ethanol (biofuel) car to be launched in India

Aug 29, 2023 - 14:55
 0  3
ଭାରତରେ ଲଞ୍ଚ ହେବ ଇଥାନଲ (ଜୈବ ଇନ୍ଧନ) କାର

ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ବ୍ରାଜିଲ ପେଟ୍ରୋଲ ଏବଂ ଡିଜେଲ ବଦଳରେ ଇଥାନଲକୁ ଇନ୍ଧନ ଭାବରେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ଆଜି ବ୍ରାଜିଲ ତୈଳ ଦୃଷ୍ଟିରୁ ଏକ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ଦେଶ ହୋଇପାରିଛି । ଆମେ ଇଥାନଲ ଏବଂ ବ୍ରାଜିଲର ଏହି କଥା ଏଇଥିପାଇଁ କହୁଛୁ ଯେ ଆଜି ଭାରତରେ 100% ଇଥାନଲ ଚାଳିତ ଟୟୋଟା ଇନୋଭା ଗାଡି ଲଞ୍ଚ ହେବାକୁ ଯାଉଛି । ଇଥାନଲ ଇନ୍ଧନର ଅନ୍ୟ ଏକ ବୈଶିଷ୍ଟ୍ୟ ହେଉଛି ଏହା ତେଲ କୂପରୁ ନୁହେଁ ବରଂ କୃଷକଙ୍କ କ୍ଷେତରୁ ଆସିଥାଏ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ଯେ ଇଥାନଲ ଯୋଗୁଁ ଆଗାମୀ ସମୟରେ ପେଟ୍ରୋଲର ମୂଲ୍ୟ ଲିଟର 15 ଟଙ୍କା ପର୍ଯ୍ୟନ୍ତ କମ୍ ହୋଇପାରେ।
ବିଶ୍ୱ ଜୈବ ଇନ୍ଧନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାନିପତ, ହରିଆନା ଠାରେ ଅଗଷ୍ଟ ୧୦,ଦେଶରେ ଜୈବ ଇନ୍ଧନ ଉତ୍ପାଦନ ଓ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସରକାର ଦୀର୍ଘ ବର୍ଷ ଧରି ପ୍ରୟାସର ଅଂଶବିଶେଷ ଭାବେ ଏହି ପ୍ଲାଣ୍ଟ ସମର୍ପିତ ହେବ ବୋଲି ଘୋଷଣା କରିଥିଲେ। ଶକ୍ତି କ୍ଷେତ୍ରକୁ ସୁଲଭ, ସହଜଲଭ୍ୟ, ଦକ୍ଷ ଓ ନିରନ୍ତର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସର ଏହା ପ୍ରତିଫଳନ ।ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ଦ୍ୱାରା ଆନୁମାନିକ ୯୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗରେ ପାନିପତ ବିଶୋଧନାଗାର ନିକଟରେ ୨ଜି ଇଥାନଲ ପ୍ଲାଣ୍ଟ ନିର୍ମିତ ହୋଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ପ୍ରକଳ୍ପରୁ ପ୍ରାୟ ଦୁଇ ଲକ୍ଷ ଟନ ନଡା ବ୍ୟବହାର କରି ବାର୍ଷିକ ତିନି କୋଟି ଲିଟର ଇଥାନଲ ଉତ୍ପାଦିତ ହେବା ସହ ଭାରତର ବର୍ଜ୍ୟରୁ ସମ୍ପଦ ସୃଷ୍ଟି ପ୍ରୟାସରେ ନୂତନ ଅଧ୍ୟାୟ ଯୋଡିବ ।କୃଷି-ଫସଲର ଅବଶେଷ ଉପଯୋଗ ମାଧ୍ୟମରେ କୃଷକ ସଶକ୍ତିକରଣ ସହ ସେମାନଙ୍କୁ ଅତିରିକ୍ତ ରୋଜଗାରର ସୁଯୋଗ ପ୍ରଦାନ କରିବ । ପ୍ଲାଣ୍ଟ ପରିଚାଳନାରେ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବା ସହ ନଡା କଟା, ବନ୍ଧା, ସଂରକ୍ଷଣ ଆଦି ପାଇଁ ଯୋଗାଣ ଶୃଙ୍ଖଳରେ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.