ସୁପ୍ରିମକୋର୍ଟରେ ଦାଖଲ ହେଲା ଆଦାନୀ ତଦନ୍ତର ଷ୍ଟାଟସ୍ ରିପୋର୍ଟ

The status report of the Adani investigation was submitted to the Supreme Court

Aug 25, 2023 - 18:23
 0  4
ସୁପ୍ରିମକୋର୍ଟରେ ଦାଖଲ ହେଲା ଆଦାନୀ ତଦନ୍ତର ଷ୍ଟାଟସ୍ ରିପୋର୍ଟ

ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ କରୁଥିବା ଷ୍ଟକ ବଜାର ନିୟାମକ (ସେବି) ଶୁକ୍ରବାର ସୁପ୍ରିମକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛି। ସୂଚନା ମୁତାବକ ସେବି  ଉକ୍ତ ରିପୋର୍ଟରେ ୨୪ଟି ମାମଲାର ତଦନ୍ତ କରିଥିବା ଦର୍ଶାିଇଛି, ସେଥିମଧ୍ୟରୁ ୨୨ଟିର ତଦନ୍ତ ଶେଷ ହୋଇଛି ଏବଂ ଦୁଇଟି ତଦନ୍ତ ରିପୋର୍ଟ ବର୍ତ୍ତମାନ ଅନ୍ତରୀଣ ରହିଛି। ଏହି ଦୁଇଟି ମାମଲାରେ ସେବି ଏକ ବିଦେଶୀ ଏଜେନ୍ସିର ରିପୋର୍ଟକୁ ଅପେକ୍ଷା କରିଛି। ସେବି କହିଛି ଯେ ତଦନ୍ତରେ ପ୍ରକାଶିତ ତଥ୍ୟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଆରମ୍ଭରେ ଆମେରିକାର ହିଣ୍ଡନବର୍ଗ ନାମକ ସର୍ଟ ସେଲିଂ ସଂସ୍ଥା ପକ୍ଷରୁ ଭାରତର ଆଦାନୀ ସଂସ୍ଥା ସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟରେ ଆଦାନୀ ଉପରେ ଷ୍ଟକ ଜାତିଆତି, ହିସାବ ହେରଫେର ଆଦି କେତେକ ଅଭିଯୋଗ କରାଯାଇଥିଲା ।  ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ କମ୍ପାନି ଗୁଡ଼ିକର ସେୟାର ଗୁଡ଼ିକରେ ଦ୍ରୁତ ହ୍ରାସ ପରିଲକ୍ଷିତ ହୋଇଥିଲେ । କମ୍ପାନିର ବଜାର ମୂଲ୍ୟ ପ୍ରାୟ ୧୦୦ ବିଲିୟନ ଡଲାର ହ୍ରାସ ପାଇଥିଲା । ତେବେ ଆଦାନୀ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ହିଣ୍ଡନବର୍ଗ ବିରୋଧରେ ଆମେରିକାରେ ଏକ ମାମଲା ରୁଜ୍ଜୁ କରିଥିଲା । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଆଗତ ଏକ ମାମଲାର ବିଚାର କରି ଏହାର ତଦନ୍ତ ପାଇଁ ସେବିକୁ ନିର୍ଦ୍ଦେଶ ଦେଇଥିଲେ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.