ଖାରବେଳ ଭବନ ଠାରେ ସ୍କିଲ୍ଡ ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

Aug 7, 2023 - 18:25
 0  3
ଖାରବେଳ ଭବନ ଠାରେ ସ୍କିଲ୍ଡ  ଇନ୍ ଓଡିଶାର ପ୍ରଦର୍ଶନୀ ତଥା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଭୁବନେଶ୍ୱର ଆନୁକୁଲ୍ୟରେ ଆଇଟିଆଇ ଛାତ୍ରଛାଚ୍ରୀମାନଙ୍କ ଦ୍ବାରା ଖାରବେଳ ଭବନ ପରିସରରେ ଏକ ପ୍ରଦର୍ଶନୀ - ତଥା ‐ ବିକ୍ରୟର ଶୁଭାରମ୍ଭ କରା ଯାଇଛି। ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ ତ୍ରିପାଠୀ ଏବଂ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଏହି ଉତ୍ସବରେ ଯୋଗଦେଇ ଶ୍ରୀ ତ୍ରିପାଠୀ କହିଲେ ଯେ ଆଟିଆଇ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସ୍ୱୀକୃତି ଏବଂ ଆୟ ସୃଷ୍ଟିର ସୁଯୋଗ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିସ୍ତାର କରିବାକୁ ଯୋଜନା କରା ଯାଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ସ୍କିଲ୍-ଇନ୍-ଓଡିଶା ବ୍ରାଣ୍ଡକୁ ଲୋକପ୍ରିୟ କରିବା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଇବା।

 
ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍କିଲ୍ଡ-ଇନ୍-ଓଡିଶା ହେଉଛି ଏକ ପରିବର୍ତ୍ତନଶୀଳ ଯାତ୍ରା, ଯାହା ରାଜ୍ୟରେ ଯୁବ ସାମର୍ଥ୍ୟକୁ ବ୍ୟବହାର କରି କୁଶଳୀ-ଓଡିଶା ଯୁବକମାନେ ଆଜି ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଛନ୍ତି। ସିଙ୍ଗାପୁର ଏବଂ ଦୁବାଇରେ ଆନ୍ତର୍ଜାତୀୟ ପ୍ରତିଭା ସହିତ କା କରୁଛନ୍ତି। ୭ ରୁ ୧୧ ଅଗଷ୍ଟ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରଦର୍ଶନୀରେ ଓଡିଶାର ଆଇଟିଆଇ ଛାତ୍ରମାନେ ସେମାନଙ୍କର ବିଭିନ୍ନ ପ୍ରତିଭା ଏବଂ କାରିଗରୀ ପ୍ରଦର୍ଶନ କରିବେ ଏହି ପ୍ରଦର୍ଶନୀର ଥିମ ହେଲା "ବର୍ଜ୍ୟବସ୍ତୁରୁ ସମ୍ପଦ" ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ବ୍ୟବହାର କରାଯାଇ ସେଥିରୁ ସୁନ୍ଦର ଓ ଆକର୍ଷଣିୟ ଉତ୍ପାଦ ପ୍ରସ୍ତୁତ କରି କିପରି ଅର୍ଥ ଉପାର୍ଜନ କରା ଯାଇ ପାରିବ, ତାହା ହିଁ ପ୍ରଦର୍ଶନୀର ମୂଳ ଲକ୍ଷ କୁଶଳୀ - ଓଡ଼ିଶା କେବଳ ଯୁବକମାନଙ୍କୁ ଦକ୍ଷ ନୁହେଁ ବରଂ ଓଡିଶାରେ ପରିବର୍ତ୍ତନର ମାର୍ଗ ବିସ୍ତାର କରୁଛି ବୋଲି ଶ୍ରୀମତୀ ପାଢି କହିବା ସହ ଏଭଳି ପ୍ରଦର୍ଶନୀ ବିଭିନ୍ନ ସ୍ଥାନରେ ଆଗାମୀ ଦିନେରେ ଆୟୋଜନ କରାଯିବ ବୋଲି ମତବ୍ୟକ୍ତ କରିଥିଲେ। 


ଆଜିର ଏହି ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁ ଯଥା ଗାଡି, ମୋଟର ସାଇକେଲ, ସାଇକେଲ ଆଦିର ଯନ୍ତ୍ରାଂଶ ବଲ, ବିୟରିଙ୍ଗ, ଚେନ କ୍ରାଙ୍କ, ନଟବୋଲ୍ଟ କମ୍ପ୍ୟୁଟର କି ବୋର୍ଡ ଆଦି ବ୍ୟବହାର କରାଯାଇ ଗାନ୍ଧୀ, ସୁବାସ ବୋଷଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି, ଘୋଡା, ପେଙ୍ଗୁଇନ ଓ ମାଛ ଆଦି ପ୍ରଦର୍ଶିତ କରା ଯାଇଛି ଜ୍ଝ ସୁନ୍ଦର,ନିକ୍ଷୁଣ ଓ ଆକର୍ଷଣୀୟ କାଠ ଓ ହସ୍ତତନ୍ତ ଉତ୍ପାଦ, ଘର ସାଜସଜ୍ଜା, ଅଫିସ୍ ଷ୍ଟେସନାରୀ, ଚିତ୍ରକଳା ଏବଂ ବେକେରି ଭଳି ବିଭିନ୍ନ ସାମଗ୍ରି ତିଆରି କରି ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଛନ୍ତି ଜ୍ଝ ଏହି ପ୍ରଦର୍ଶନୀ ୫ ଦିନ ଧରି ଚାଲିବ। ଏହି ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବୈଷୟୀକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନର ନିର୍ଦ୍ଦେଶକ ରେଘୁ ଜି ଙ୍କ ସମେତ ବିଭିନ୍ନ ଆଇଟିଆଇ କଲେଜର ଅଧ୍ୟକ୍ଷ୍ୟ, ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.