୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି

Jul 29, 2023 - 08:33
Jul 30, 2023 - 08:33
 0  6
୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି
୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି

୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ଓଏସଏସସି
ଜେଇ (ସିଭିଲ) ମେନ୍ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଓଏସଏସସି । ଏହି ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାରଙ୍କ ସହିତ ୩ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ବାଲେଶ୍ୱର ଏସପି ଚିଠି ଲେଖିଛନ୍ତି । ପ୍ରଶ୍ନପତ୍ର ଲିକ୍ ରାକେଟ୍‌ରେ ଗିରଫ ସମୁଦାୟ ୧୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ସରକାରୀ କର୍ମଚାରୀ ଥିବା ବେଳେ ଅନ୍ୟମାନେ କୋଚିଂ ସେଣ୍ଟର, ବେସରକାରୀ ନିଯୁକ୍ତି ନିୟୋଜନ ସଂସ୍ଥାର କର୍ମଚାରୀ ଓ ଦଲାଲ୍‌ । ମୁଖ୍ୟ ଅଭିଯୁକ୍ତ ବିଶାଲ କୁମାର ବିହାର ପାଟନାସ୍ଥିତ ଆକାଉଣ୍ଟ୍‌ସ ଜେନେରାଲ ବିଭାଗରେ ସିନିୟର ଜୁଡିସିଆଲ ଆକାଉଣ୍ଟାଣ୍ଟ୍‌ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଏଜିଙ୍କୁ ଚିଠି ଲେଖାଯାଇଛି । ସେହିପରି ଏହି ରାକେଟ୍‌ ସହ ଡିଲ୍‌ରେ ଜଡିତ ୯୨ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଲେଶ୍ୱର ଏସ୍‌ପି ସାଗରିକା ନାଥ ଓଏସ୍‌ଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow