ଶିମିଳିପାଳ ଅଞ୍ଚଳରୁ ୯ ଦେଶୀ ବନ୍ଧୁକ ଜବତ

Jul 29, 2023 - 08:32
Jul 30, 2023 - 08:32
 0  6
ଶିମିଳିପାଳ ଅଞ୍ଚଳରୁ ୯ ଦେଶୀ ବନ୍ଧୁକ ଜବତ
ଶିମିଳିପାଳ ଅଞ୍ଚଳରୁ ୯ ଦେଶୀ ବନ୍ଧୁକ ଜବତ

ଶିମିଳିପାଳ ଅଞ୍ଚଳରୁ ୯ ଦେଶୀ ବନ୍ଧୁକ ଜବତ
ଶିମିଳିପାଳ ପାଦଦେଶରେ ଥିବା ଗାଁଗୁଡିକରୁ ପୁଲିସ ତଲାସୀ ବେଳେ ୯ଟି ବନ୍ଧୁକ ଜବତ ହୋଇଛି । ସ୍ୱତନ୍ତ୍ର ଗୁଇନ୍ଦା ପୁଲିସ ସୂଚନା ଆଧାରରେ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶରେ ଖୁଣ୍ଟା ଆଇଆଇସି ଲୋପାମୁଦ୍ରା ନାୟକ ଶୁକ୍ରବାର ଅନ୍ୟମାନଙ୍କ ସହ ଶିମିଳିପାଳ ପାଦଦେଶର ଗ୍ରାମମାନଙ୍କରେ ଚଢାଉ କରିଥିଲେ । ନିକଟସ୍ଥ ଜଙ୍ଗଲରୁ ୮ଟି ଦେଶୀ ବନ୍ଧୁକ ଓ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି । ଶନିବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଥିଲେ । ଖୁଣ୍ଟା ଥାନାରେ ଏନେଇ ଦୁଇଟି ମାମଲା ରୁଜୁ ହୋଇ ଥିବାବେଳେ ବନ୍ଧୁକ ଜବତ ଘଟଣାରେ କାହାକୁ ଗିରଫ କରାଯାଇନାହିଁ । ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ ମଧ୍ୟରେ ବେଆଇନ ଭାବେ ନିଜ ପାଖରେ ରଖିଥିବା ବନ୍ଧୁକଗୁଡିକୁ ପୁଲିସ ନିକଟରେ ସମର୍ପଣ କରିବାକୁ ଶେଷ ସୁଯୋଗ ଦିଆଯାଇଛି ଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ପୁଲିସ ପକ୍ଷରୁ ପ୍ରଚାର କରାଯାଇଛି ।

What's Your Reaction?

like

dislike

love

funny

angry

sad

wow